ଡେପୁଟି ରେଞ୍ଜରଙ୍କ ଘରେ ଭିଜଲାନ୍ସ ଚଢ଼ଉ ,ଘରୁ ମିଳିଲା ଦେଢ଼ କୋଟି ନଗଦ ଟଙ୍କା ସହ ଦେଢ଼ କେଜି ସୁନା |

107

କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : ଡେପୁଟି ରେଞ୍ଜରଙ୍କ ଘରେ ଭିଜଲାନ୍ସ ଚଢ଼ଉ | ଘରେ ଥାକ ମାରି ରଖାଯାଇଥିଲା ନଗଦ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା | ବ୍ୟାଙ୍କରେ ଅଛି ୧ କୋଟି ୩୨ ଲକ୍ଷ ୮୫ ହଜାର ୭୫୪ ଟଙ୍କା |ତା ସାଙ୍ଗକୁ ଦେଢ଼ କେଜି ସୁନା , ୪,୬୩୭ କେଜି ରୁପା , ଜୟପୁର ସହରରେ ୩ ମହଲା ବିଶାଳ କୋଠା , ୨ଟି ଫ୍ଲାଟ , ୨ଟି ପ୍ଲଟ ଏବଂ ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ | ବିଭିନ୍ନ ଇନ୍ସୁରାନ୍ସ କମ୍ପାନୀରେ ବାବୁଙ୍କର ଲକ୍ଷଲକ୍ଷ ଟଙ୍କା ବିନିଯୋଗ ହୋଥିବା ବେଳେ ୨ଟି ଚାରିଚକିଆ , ୩ଟି ୨ଚକିଆ ଯାନ ସମେତ ଆଖି ଖୋସି ହୋଇଗଲା ଭଳି ରହିଛି ଅମାପ ସମ୍ପତ୍ତି | ଫରେଷ୍ଟ ଗାର୍ଡରୁ ଜୟପୁର ଡେପୁଟି ରେଞ୍ଜର ବନିଥିବା ରାମଚନ୍ଦ୍ର ନେପାକଙ୍କ ବେନାମୀ ସମ୍ପତ୍ତିର ତାଲିକା ଦେଖି ଭିଜଲାନ୍ସ ତାଜୁବ ହୋଇଛି |୨୦୨୫ ଡିସେମ୍ବରରେ ବାବୁ ଅବସର ନେଇଥାନ୍ତେ , ହେଲେ ତା ପୂର୍ବରୁ ତାଙ୍କ ଦୁର୍ନୀତିର ପେଡି ଖୋଲି ଦେଇଛି ଭିଜଲାନ୍ସ |