ସଂସଦ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ |

46

କଟକ,(ଉତ୍କଳ ନ୍ୟୁଜ),୨୨.୦୮.୨୦୨୫ : ସଂସଦର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି | ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କଳାପାଇଁ ମୁଲତବୀ ଘୋଷଣା କରାଯାଇଛି | ଜୁଲାଇ ୨୧ ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ଆଜି ଶେଷ ଦିନରେ ମଧ୍ୟ ଉଭୟ ଗୃହରେ ବିରୋଧୀ ସଂସଦ ମାନେ ବିହାର ଏସଆଇଆର (ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ) ଏବଂ "ଭୋଟ ଚୋରି " ଅଭିଯୋଗ ନେଇ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା କରିଛନ୍ତି | ଏହି ୨୧ ଦିନର କାର୍ଯ୍ୟ ଦିବସରେ ଲୋକସଭା କେବଳ ୩୭ ଘଣ୍ଟା କାର୍ଯ୍ୟ କରିଥିବା ବେଳେ ୮୩ ଘଣ୍ଟା ବରବାଦ ହୋଇଛି |ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଆଜି ରାଜ୍ୟସଭାକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ମୁଲତବୀ କରିବା ସମୟରେ କହିଛନ୍ତି , ଚଳିତ ଅଧିବେଶନରେ ରାଜ୍ୟସଭାରେ କେବଳ ୪୧ ଘଣ୍ଟା ୧୫ ମିନିଟ କାର୍ଯ୍ୟ ହୋଇଛି | ଉଲ୍ଲେଖଯୋଗ୍ୟ ,ଆଜି ରାଜ୍ୟସଭାରେ ଶେଷ ଦିନରେ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ "ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ ଅନଲାଇନ ଗେମିଙ୍ଗ ବିଲ ଗୃହୀତ ହୋଇଛି |