କଟକ (ଉତ୍କଳ ନ୍ୟୁଜ ) ୩୦-୮-୨୦୨୫ : ଅକ୍ଟୋବରରୁ ଆରମ୍ଭ ହେବ ପୋଲିସ ଏସ ଆଇ ପରୀକ୍ଷା। ଓ ଏମ ଆର ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ। ଏସ ଆଇ ର଼୍ୟାଙ୍କର ସମସ୍ତ CPSE-୨୦୨୪ ପରୀକ୍ଷା ହେବ। ତେବେ ଅକ୍ଟୋବର ୪ ଏବଂ ୫ରେ ଏହି ପରୀକ୍ଷା ରାଜ୍ୟର ବିଭିନ୍ନ ଜିଲାରେ ଅନୁଷ୍ଠିତ ହେବ। ଓଡ଼ିଶା ପୋଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ସେପ୍ଟେମ୍ବର ୨୦ ପରଠୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ପରୀକ୍ଷାର୍ଥୀ। odishapolice.gov.in ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ ହେବ।