କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : ଓଡିଶାକୁ ଭାରତର ବୟନ ରାଜଧାନୀରେ ପରିଣତ କରିବା ଲକ୍ଷ୍ୟ ନେଇ ପ୍ରଥମଥର ଆୟୋଜନ କରାଯାଇଥିବା "ଓଡିଶା ଟେକ୍ସ ୨୦୨୫" କନକ୍ଳେଭରେ ରାଜ୍ୟକୁ ୭,୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି | ଏଥିରେ ୩୩ଟି ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି | ଆସିଥିବା ପ୍ରକଳ୍ପ ଗୁଡିକ କାର୍ଯ୍ୟକରି ହେଲେ ରାଜ୍ୟର ୫୩,୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ | ଶୁକ୍ରବାର ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କନକ୍ଳେଭରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗତସିଂହପୁର ଏବଂ ଭଦ୍ରକରେ ଦୁଇଟି ଟେକ୍ସଟାଇଲ ଓ ଫଟୱେର ପାର୍କ ଲୋକାର୍ପଣ କରିଥିଲେ | ଏହା ସହିତ ପ୍ରତିବର୍ଷ ବୟନ କନକ୍ଳେଭ ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ |