କଟକ,(ଉତ୍କଳ ନ୍ୟୁଜ),୨୩.୬.୨୦୨୫ : ଜ୍ବରରୁ ସୁସ୍ଥ ହୋଇଛନ୍ତି ମହାପ୍ରଭୁ | ସ୍ନାନ ବେଦୀରେ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ମହାପ୍ରଭୁ ଆଜି ସମ୍ପୂର୍ଣ ସୁସ୍ଥ ହେବ ଖବର ଶ୍ରୀନଅର ରେ ପହଞ୍ଚିଛି |ଆଜି ଦ୍ୱାଦଶୀ ତିଥିରେ ଦଇତା ଓ ପତି ମହାପାତ୍ର ସେବାୟତମାନେ ଶ୍ରୀନଅର ଆସି ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥ ହେବ ଖବର ଦେଇଛନ୍ତି | ମହାପ୍ରଭୁଙ୍କ ସୁସ୍ଥ ହେବ ଖବର ନେଇ ନବ ପତି ମହାପାତ୍ର ,ଗଣେଶ ଦାସ ମହାପାତ୍ର ,ବିନାୟକ ଦାସ ମହାପାତ୍ର , କୀର୍ତି ଦାସ ମହାପାତ୍ର , ଜଗଦୀଶ ଦାସ ମହାପାତ୍ର ପ୍ରମୁଖ ସେବକଙ୍କ ସହ ଦେଉଳ କରଣ ରୂପ ଥାଳିରେ ମହାପ୍ରଭୁଙ୍କ ଖଇ ,ଚନ୍ଦନ ,କରାଳ ଓ ପାଟ ଡୋର ସାଙ୍ଗରେ ଧରି ପାଟୁଆରେ ଶ୍ରୀନଅରରେ ପହଞ୍ଚିଥିଲେ |