କଟକ (ଉତ୍କଳ ନ୍ୟୁଜ ) ୨୩-୦୫-୨୦୨୫ : ଭାରତରତ୍ନ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ, ୩୪ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ, ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ ଏବଂ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ ପକ୍ଷରୁ, ଏକ ରାଜ୍ୟସ୍ତରୀୟ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥିଭାବରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସ, ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ଏବଂ ରାମଚନ୍ଦ୍ର ଖୁଣ୍ଟିଆ, ଉତ୍କଳ ବିଶ୍ୱବିଦ୍ୟାଳୟର, ପୂର୍ବତନ କୁଳପତି ଶ୍ରୀ ବିନାୟକ ରଥ, ପିସିସି ସମ୍ପାଦକ- ଶିବପ୍ରସାଦ ଦାଶ, ଚିତ୍ରକୋଣ୍ଡା ବିଧାୟକ- ମଙ୍ଗୁ ଖିଲ, ପବିତ୍ର ସାମନ୍ତରାୟ ଏବଂ ସଭାର ସଭାପତି ଶ୍ରୀ ପ୍ରିୟବ୍ରତ ନାୟକ ପ୍ରମୁଖ ଯୋଗଦେଇ, ସେହି ମହାନଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ, ବିନୋଦ ରାଉତଙ୍କ, ସମେତ ବରିଷ୍ଠ କାଯ୍ୟକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ | ପରିଶେଷରେ ପ୍ରାୟ ଦେଢ଼ଶହରୁ, ଅଧିକ ଛାତ୍ରଛାତ୍ରୀଙ୍କୁ, ସେମାନଙ୍କ ଉଲ୍ଲେଖନୀୟ ସେବାଲାଗି, ଅତିଥିମାନଙ୍କ ଦ୍ୱାରା ସନମାନିତ କରାଯାଇଥିଲା । ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।