ଓଡ଼ିଶା ମାଷ୍ଟରସ୍-୨୦୨୪ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ (Odisha Masters 2024 BWF Super 100) ଉଦଘାଟିତ |

102

କଟକ (ଉତ୍କଳ ନ୍ୟୁଜ ) ୧୧-୧୨-୨୦୨୪: ଓଡ଼ିଶା ମାଷ୍ଟରସ୍-୨୦୨୪ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ (Odisha Masters 2024 BWF Super 100) କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। । ତୃତୀୟ ଥର ପାଇଁ କଟକଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିର ଉଦଘାଟନି ସମାରୋହରେ ବିଧାୟିକା, କଟକ ବାରବାଟୀ ସୋଫିଆ ଫିର୍ଦୋଷ, କ୍ରୀଡା ବିଭାଗ ପ୍ରମୁଖ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ହକି ପ୍ରମୋସନ କାଉନସିଲ ଅଫ ଓଡିଶା ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଦୀପଙ୍କର ମହାପାତ୍ର , କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, କଟକ ଡି ସି ପି ଶ୍ରୀ ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ ଓ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ର ମିଳିତ ସହଭାଗିତାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଚଳିତ ବର୍ଷା ଭାରତ, ଜାପାନ, ଇଣ୍ଡୋନେସିଆ, ଚୀନ, ଡ଼େନମାର୍କ, ବଲଗେରିଆ ଆଦି ସମୁଦାୟ ୨୯ଟି ଦେଶରୁ ପ୍ରାୟ ୩୦୦ କ୍ରୀଡ଼ାବିତ୍‌ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟର ସମୁଦାୟ ପୁରସ୍କାର ଧନରାଶି ୧୦୦ ,୦୦୦ ଡଲାର ରହିଛି।