କଟକ (ଉତ୍କଳ ନ୍ୟୁଜ ) ଦେବସ୍ନାନ ପୂର୍ଣ୍ଣିମାରେ ନେମାଳ ମଠ ରେ ଘଟିଲା ଅଘଟଣ । ଦିପ ଷ୍ଟାଣ୍ଡ ରେ ଲାଗିଲା ନିଆଁ। ହୁତୁ ହୂତୁ ହୋଇ ଜଳିଲା ନିଆଁ । କଟକ ଜିଲ୍ଲା ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ଅଗ୍ନିକାଣ୍ଡ। ବୁଧବାର ପୂର୍ବାହ୍ନରେ ମହାପୁରୁଷଙ୍କ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଥିଲା। ଏହି ସମୟ ରେ କୌଣସି କାରଣ ବଶତଃ ଦୀପ ଷ୍ଟାଣ୍ଡ ରେ ଲାଗିଯାଇଥିଲା ନିଆଁ | ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି ।