ସମାବେଶୀ ଭାରତ ଗଢିବାରେ ତ‌ଥା ସମ୍ବିଧାନ ପ୍ରଣୟନ ସମୟରେ ବିଶିଷ୍ଟ ମୁସଲିମ୍ ବ୍ୟକ୍ତିତ୍ବ ମାନଙ୍କର ଅବଦାନ |

462

କଟକ (ଉତ୍କଳ ନ୍ୟୁଜ ) ୨୩-୧୦-୨୦୨୫: ଭାରତର ସମ୍ବିଧାନ ପ୍ରଣୟନ କେବଳ ଏକ ବୈଧାନିକ ପ୍ରଚେଷ୍ଟା ନଥିଲା ବରଂ ବିବିଧ ସମୁଦାୟୁ ମାନଙ୍କ ମଧ୍ୟରେ ଏକ ବୁଝାମଣା ଥିଲା ଯେଉଁମାନେ ଉପନିବେଶବାଦର ଶିକାର ହୋଇ ଏକ ସାର୍ବଭୌମ ସମାବେଶୀ ଦେଶ ଗଢିବାର ସପ୍ନ ଦେଖୁଥିଲେ | ଯେତେବେଳେ ଭାରତ ଉପମହାଦେଶ ବିଭାଜନ ଏବଂ ଏକତାର ଦୋଛକିରେ ଛିଡା ହୋଇଥିଲା ସେତେବେଳେ ଅନେକ ମୁସଲିମ୍ ନେତା ସାମ୍ପ୍ରଦାୟିକ ବିଭାଜନ ବଦଳରେ ସାମ୍ବିଧାନିକ ଗଣତନ୍ତ୍ରର ପନ୍ଥାକୁ ଚୟୁନ କରିଥିଲେ | ସମ୍ବିଧାନ ସଭାରେ ଏହି ବ୍ୟକ୍ତିତ୍ଵମାନେ ଏପରି ଏକ ନୈତିକ ବ୍ୟଂଚାର ରୂପ ଦେଇଥିଲେ ଯେଉଁଥୁରେ ଧର୍ମନିରପେକ୍ଷତା, ନ୍ୟାୟ ଏବଂ ସମାନ ଅଧୀକାର ଅର୍ନ୍ତଭୁକ୍ତ ଥିଲା | ସେମାନେ ଏକ ଆଧୁନିକ ଏବଂ ସମାବେଶୀ ଭାରତ ଗଢିବାରେ ସହାୟକ ହୋଇଥିଲେ | ସେମାନଙ୍କର ଅବଦାନ ଏହା ମନେ ପକାଇଥାଏ ଯେ ଭାରତର ଅବଧାରଣା ଗୋଟିଏ ଆର୍ଦଶ କିମ୍ବା ବିଶ୍ଵାସ ଦ୍ଵାରା ହୋଇନାହିଁ ବରଂ ସ୍ଵାଧୀନତା ଏବଂ ଏକତା ପାଇଁ ସର୍ମପିତ ଥିବା ଚିନ୍ତକ ମାନଙ୍କର ସହଯୋଗ ଦ୍ବାରା ସମ୍ଭବ ହୋଇପାରିଛି |ଏହିପରି ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରମୁଖ ଥିଲେ ମୌଲାନା ଅବୁଲ କଲାମ୍ ଆଜାଦ୍ ଯିଏ ଏକାଧାରରେ ଥିଲେ ବିଦ୍ୟାନ, ସ୍ବାଧୁନତା ସଂଗ୍ରାମୀ ଏବଂ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ସମ୍ବିଧାନ ସଭାରେ ତାଙ୍କର ଉପସ୍ଥିତି ଉଭୟ ସାଙ୍କେତିକ ଏବଂ ପ୍ରମୁଖ ଥିଲା | ସେ ଜଣେ ନିଷ୍ଠାପର ମୁସଲିମ ହେବା ସହିତ ପ୍ରଖର ଜାତୀୟିତାବାଦୀ ଥିଲେ ଏବଂ ଦି-ଦେଶ ସିଦ୍ଧାନ୍ତକୁ ଦୃଢ ଭାବରେ ବିରୋଧ କରିଥିଲେ | ବିଭିନ୍ନ ସମାବେଶରେ ନିଜର ପକ୍ଷ ରଖ୍ ସେ କହୁଥିଲେ ଯେ ଭାରତର ଭବିଷ୍ୟତ ଧାର୍ମିକ ବିଭାଜନ ବଦଳରେ ଇତିହାସ ଏବଂ ପାରସ୍ପରିକ ସମ୍ମାନ ଉପରେ ନିର୍ଭର କରିବ | ଧର୍ମନିରପେକ୍ଷ ମୂଲ୍ୟବୋଧ ପ୍ରତି ତାଙ୍କ ପ୍ରତିବଦ୍ଧତା ଭାରତୀୟ ସମ୍ବିଧାନର କେତେକ ମୂଖ୍ୟ ବ୍ୟବସ୍ଥାକୁ ପ୍ରଭାବିତ କରିଥିଲା | ଧାର୍ମିକ ସ୍ବାଧୀନତାକୁ ସୁନିଶ୍ଚିତ କରିଥିବା ସମ୍ବିଧାନର ଧାରା ୨୫ ଓ ସଂଖ୍ୟାଲଘୁଙ୍କ ଦ୍ବାରା ସେମାନଙ୍କ ଶିକ୍ଷାନୁଷ୍ଠାନ ସ୍ଥାପନ ଓ ପରିଚାଳନାର ଅଧୁକାର ଦିଆଯାଇଥିବା ଧାରା ୩୦କୁ ସେ ଦୃଢଭାବରେ ସର୍ମଥନ କରିଥିଲେ | ବିଭାଜନ ପରେ ଯେଉଁ ମୁସଲମାନ ମାନେ ଭାରତରେ ରହିବା ପାଇଁ ଚୟନ କରିଥିଲେ ସେମାନଙ୍କ ପାଇଁ ଏହା କେବଳ ଏକ ସ୍ବାମ୍ବିଧାନିକ ବ୍ୟବସ୍ଥା ନଥୁଲା ବରଂ ଏକ ନୈତିକ ଆଶ୍ବାସନା ଥିଲା | ଭାଗ ଶିକ୍ଷାନୀତିକୁ ରୂପ ଦେବାରେ ଆଜାଦ୍ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ ା ଶିକ୍ଷା ମନ୍ତ୍ରୀ ଭାବରେ ସେ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (UGC), IIT ର ମୁଳଦୂଆ ପକାଇ ଜାତି ଓ ସମୁଦାୟୁ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରର ବିକାଶକୁ ପ୍ରୋତ୍ସାହିତ କରିଥିଲେ | ତାଙ୍କର ବିଶ୍ବ ବିଶ୍ଵାସ ଥିଲା କୌଣସି ଦେଶର ପ୍ରଗତି ସେଠାକାର ସ୍ଵମ୍ବିଧାନିକ ଆର୍ଦଶ ବଦଳରେ ସଚେତନ ନାଗରିକ ଉପରେ ନିର୍ଭର କରିଥାଏ | ତାଙ୍କର ଏକ ପ୍ରସିଦ୍ଧ ଉକ୍ତି ଥିଲା “ହୃଦୟ ରୁ ଦିଆଯାଇଥିବା ଶିକ୍ଷା ଦ୍ବାରା ସମାଜରେ ବିପ୍ଲବ ଆଣିବା ସମ୍ଭବ" | ସମ୍ବିଧାନ ସଭାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ଅନ୍ୟତମ ବ୍ୟକ୍ତିତ୍ବ, ଥିଲେ ବେଗମ୍‌ ଐଜାଜ୍ ରସୁଲ୍ ଯିଏ ଏହି ଐତିହାସିକ ସଭାର ଏକମାତ୍ର ମୁସଲିମ ମହିଳା ସଦସ୍ୟ ଥିଲେ | ତାଙ୍କର କେବଳ ଉପସ୍ଥିତି ମାତ୍ର ତଥାକଥ୍ତ ପିତୃକେନ୍ଦ୍ରିକ ସମାଜର ସୀମାକୁ ଆହ୍ବାନ ଦେଇ ଭାଙ୍ଗିବାରେ ସକ୍ଷମ ହୋଇଥିଲା | ସେ ଲିଙ୍ଗଗତ ଅଧୀକାର ଏବଂ ସଂଖ୍ୟାଲଘୁ ସୁରକ୍ଷାର ଦୃଢ ସର୍ମଥକ ଥିଲେ | ଏକୀକୃତ ନିର୍ବାଚନ ପ୍ରଣାଳୀ ପାଇଁ ସେ ଦୃଢ ସ୍ବର ଉତ୍ତୋଳନ କରିଥିଲେ, ଯାହା ବର୍ତ୍ତମାନ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ମେରୁଦଣ୍ଡ ସଦୃଶ ଅଟେ | ଆସାମ୍ଭର ସଯୁଦ୍ର ମହମ୍ମଦ ଶାଦାଉଲ୍ଲା ଭାରତର ସଂଘୀୟ ବ୍ୟବସ୍ଥା ଓ ସଂଖ୍ୟାଲଘୁଙ୍କ ହିତର ସୁରକ୍ଷା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଏହି ମୁସଲିମ୍ ନେତା ମାନେ କୌଣସି ବିଚ୍ଛିନ୍ନ ସ୍ତର ନଥିଲେ, ବରଂ ମୁସଲିମ୍ ମାନଙ୍କ ଦେଶାତ୍ମବୋଧର ଏକ ଅଙ୍ଗ ଥିଲେ ଯେଉଁମାନେ ଦେଶ ପ୍ରତି ନିଷ୍ଠା ଯେ ଧର୍ମ ଦ୍ବାରା ପ୍ରଭାବିତ ଏହି ଭାବନାକୁ ପ୍ରତ୍ୟାଖାନ କରିଥିଲେ | ଖାନ୍ ଅବଦୁଲ୍ ଗଫର୍ ଖାନ୍ ଙ୍କ ଭଳି ନେତା ଭାରତର ସମ୍ବିଧାନ ସଭାର ସଦସ୍ୟ ନଥାଇ ମଧ୍ୟ ଦୃଢଭାବରେ ଭାରତର ଏକତା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ସର୍ମଥନ କରୁଥିଲେ | ସେମାନଙ୍କ ସାମୁହିକ ଉପସ୍ଥିତି ସାମ୍ପ୍ରଦାୟିକ ରାଜନୀତି ପ୍ରତି ଏକ ଶକ୍ତ ପ୍ରହାର ଏବଂ ଭାରତର ଗଣତାନ୍ତ୍ରିକ ଭବିଷ୍ୟତ ପ୍ରତି ଗଭୀର ବିଶ୍ବାସ ଥିଲା | ଭାରତୀୟ ସମ୍ବିଧାନର ପ୍ରଣୟନ ବିଷୟରେ ଅନୁଶୀଳନ କରିବା ସମୟରେ ଏହି ମୁସଲିମ୍ ନେତା ମାନଙ୍କୁ ମନେ ପକାଇବା ଉଚିତ୍, ଯେଉଁ ମାନେ କୌଣସି ସମ୍ପ୍ରଦାୟ ର ପ୍ରତିନିଧ୍ ଭାବରେ ନୁହେଁ ବରଂ ଦେଶର ଦୂରଦର୍ଶୀ ବ୍ୟକ୍ତିତ୍ବ ଭାବରେ ସମ୍ବିଧାନ ତିଆରି ପ୍ରକ୍ରିୟାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ଜଣେ ଜଣେ ଜନନାୟକ | ସେମାନଙ୍କର ଅବଦାନ କେବଳ ସମ୍ବିଧାନ ପୃଷ୍ଠାରେ ଲିପିବଦ୍ଧ ହୋଇ ନାହିଁ ବରଂ ବର୍ଭମାନ ଆମେ ଯେଉଁ ଅଧିକାର ଏବଂ ସ୍ବାଧୀନତା ଉପଭୋଗ କରୁଛୁ ତାହା ମଧ୍ୟରେ ଜୀବିତ ହୋଇରହିଛି | ତାଙ୍କର ଏହି କାହଣୀ ଗୁଡିକ ଆମକୁ ମନେପକାଇ ଦେଇଥାଏ ଯେ ଆମ ଦେଶର ମୂଳଦୂଆ ଗଢିବାରେ ସମସ୍ତ ସମ୍ପ୍ରଦାୟର ଯୋଗଦାନ ରହିଛି ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ୍ ନୁହେଁ ବରଂ ଅନେକ ନାରୀ-ପୁରୁଷଙ୍କ ସାହାସ, ଦୂରଦୃଷ୍ଟି ଏବଂ ଦେଶାତ୍ମବୋଧର ସାକ୍ଷ୍ୟ ଅଟେ ଯେଉଁମାନେ ବିଭାଜନ ବଦଳରେ ଏକତାକୁ ଚୟନ କରିଥିଲେ | ଇନ୍ସା ୱାରସୀ (ଫ୍ରାଙ୍କୋଫୋନ୍‌ ଏବଂ ଜର୍ନାଲିଜମ୍ ଅଧ୍ଯୟନ ବିଭାଗ ) ଜାମିଆ ମିଲିଆ