କଟକ ( ଉତ୍କଳ ନ୍ୟୁଜ ).୨୩-୦୭-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ ଏନଏସି ଅଧିନ ସିଆରଏସ ହାଇସ୍କୁଲ ପରିଚାଳନା କମିଟିର ସଭାପତି ଭାବେ ରତିକାନ୍ତ ଦାସଙ୍କୁ ମନୋନୀତ କରା ଯାଇଛି । ପିଟିଏ ବୈଠକରେ ଅଭିଭାବକ/ଅଭିଭାବିକାମାନେ ଚୟନ ପ୍ରକ୍ରିୟାରେ ସାମିଲ ହୋଇ ମଧୁସ୍ମିତା ରାଉତ, ଲକ୍ଷ୍ମୀଧର ପାଢ଼ୀ, ସଞ୍ଜୀବ କୁମାର ପଣ୍ଡା, ସଂଗ୍ରାମ କେଶରୀ କର, ଗୋଲକ ପ୍ରସାଦ ଦାସ, ଶଙ୍କର ପ୍ରଧାନ, ବିରକୃଷ୍ଣ ନାୟକ, ସୋନାଲି ମହାପାତ୍ର, ସନ୍ଧ୍ୟାରାଣୀ ମହାଳିକ, ସସ୍ମିତା ପଣ୍ଡା, ମିତାଞ୍ଜଳି ସେଠୀ, ସୁନିତା ଯେନା, ମାନିନୀ ସେଠୀ, ପୁଷ୍ପଲତା ପାଢ଼ୀ, ବାସନ୍ତୀ ବଳ, ରଶ୍ମିତା ବାରିକ, ସଞ୍ଜୁଲତା ପୁଷ୍ଟି ଓ ରଞ୍ଜିତା ବଳ ପ୍ରମୁଖ ୧୬ ଜଣ ମନୋନୀତି କରିଥିଲେ । ସଭାପତି ପଦ ପାଇଁ ରତିକାନ୍ତ ଦାସ, ଉପସଭାପତି ପଦ ପାଇଁ ମଧୁସ୍ମିତା ରାଉତଙ୍କୁ ମନୋନୀତ କରାଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ସୋମେନ୍ଦ୍ରନାଥ ମିଶ୍ର ସିଆରସି ତ୍ରିନାଥ ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷାକମୀ ସହଯୋଗ କରିଥିଲେ । ସଭାପତି ଭାବେ ମନୋନୀତ ହେବା ପରେ ରତିକାନ୍ତ ଦାସ କମିଟିର ସମସ୍ତ ସଦସ୍ୟ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତ ଅଭିଭାବକ/ଅଭିଭାବିକା ଓ ଶୁଭେଛୁମାନଙ୍କୁ କୃତଜ୍ଞତା ଜଣେଇବା ସହ ହାଇସ୍କୁଲର ଉର୍ନ୍ନତି ତଥା ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |