ତଳକାଁପଡା ଗ୍ରାମର ୪ ଏକର ଚାଷ ଜମି ଜବର ଦଖଲକାରୀଙ୍କ କବଜାରେ, ପ୍ରଶାସନ ନିକଟରେ ଫେରାଦ୍ ହୋଇ ନୟାନ୍ତ ହେଉଛନ୍ତି ବୁଲୁ ମଳିକ ।

29

କଟକ ( ଉତ୍କଳ ନ୍ୟୁଜ ). ୧୮-୦୭-୨୦୨୬: ଭଦ୍ରକ ଜିଲ୍ଲା ତିହିଡି ତହସିଲ କାଁପଡା ପଞ୍ଚାୟତ ଅଧିନ ତଳକାଁପଡା ଗ୍ରାମର ୪.୦୯ ଏକର ଚାଷ ଜମି ଜବର ଦଖଲକାରୀଙ୍କ କବଜାରେ । ଏନେଇ ଜମି ମାଲିକ ବୁଲୁ ମଳିକ ବିଗତ କିଛି ବର୍ଷ ହେବ ତହସିଲଦାରଙ୍କ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ଏପରିକି କୋର୍ଟ କଚେରୀରେ ମାଲି ମୋକଦ୍ଦମାରେ ତାଙ୍କ ସପକ୍ଷରେ ରାୟ ପ୍ରକାଶ ପାଇଥିଲେ ହେଁ ଏଯାବତ୍ ଜମି ତାଙ୍କ ଦଖଲକୁ ଆସି ପାରିନାହିଁ । ବୁଲୁ ମଳିକଙ୍କ ସମେତ ୩ ଭଉଣୀଙ୍କ ନାମରେ ଦପା ମୌଜାର ଖାତା ନମ୍ବର ୩୩୨ରେ ୩ଟି ପ୍ଲଟ(୧୩୧୭, ୧୮୫୫ ଓ ୧୨୩୯) ମୋଟ ୧.୩୫ ଏକର, ଖାତା ନମ୍ବର ୪୭୪ରେ ୨ଟି (୧୮୪୯ ଓ ୧୮୯୯/୪୨୩୦) ମୋଟ୍ ୧.୩୫ ଏକର ଏବଂ ଖାତା ନମ୍ବର ୪୭୫ରେ ୨ଟି ପ୍ଲଟ (୧୩୯୧ ଓ ୧୮୦୬) ମୋଟ୍ ୦.୯୭ ଏକର ଚାଷ ଜମି ରହିଛି । ଚାଷ କରିବା ପାଇଁ ଗତ ବର୍ଷ ବୁଲୁ ମଳିକ ହଳ କରିଥିଲେ ମଧ୍ୟ ଅପରପକ୍ଷ ରାଜେନ୍ଦ୍ର ମଳିକ, ସୁଦାମ ମଳିକ, ହରିଶ୍ଚନ୍ଦ୍ର ମଳିକ, ସୋମନାଥ ମଳିକ ଓ ପ୍ରଦିପ ମଳିକ ପ୍ରମୁଖ ଚାଷ କରିଥିଲେ । ଏନେଇ ବୁଲୁ ମଳିକ ଭଦ୍ରକ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରଆଇ ଓ ପୋଲିସ ମିଳିତଭାବେ କ୍ଷେତ୍ରୀୟ ତଦନ୍ତ କରିବା ପରେ ବୁଲୁ ମଳିକଙ୍କ ଅଭିଯୋଗର ସତ୍ୟତା ମିଳିଥିଲା ଏବଂ ପରେ ଉକ୍ତ ଜମି ଉପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କ୍ରିମିନାଲ ମିସକେଶ ନମ୍ବର ୩୯/୨୦୨୫ ତା ୧୫-୧୨-୨୫ରିଖରେ ବିଏନଏସଏସ ୧୬୪ ଜାରି କରାଯାଇଥିଲା । ତଥାପି ଅପରପକ୍ଷ ଧାନ କାଟି ନେଇଥିଲେ । ସେହିପରି ଚଳିତ ବର୍ଷ ମଧ୍ୟ ବର୍ଷା ହେବାପରେ ଜମି ମାଲିକ ବୁଲୁ ମଳିକ ହଳ କରିବା ପରେ ଅପରପକ୍ଷ ବଳପୂର୍ବକ ପୂନଃର୍ବାର କରିଥିବା ଅଭିଯୋଗ କରିଛନ୍ତି । ଏନେଇ ସେ ଭଦ୍ରକ ଏସଡିଏମଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏଭଳି ସଂଗୀନ ଘଟଣାର ବିଚାର କରି ଏସଡିଏମଙ୍କ କାର୍ଯ୍ୟାଳୟ ମେମୋ ନମ୍ବର ୨୦୯୯(୨) ଗତ ତା ୦୮-୦୬-୨୬ରିଖରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଲାଗି ତହସିଲଦାରଙ୍କୁ ନିର୍ଦ୍ଦେଶ କରିଛନ୍ତି । ଏହା ପରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଆରଆଇ କ୍ଷେତ୍ରୀୟ ତଦନ୍ତ କରି ବୁଲୁ ମଳିକଙ୍କ ଅଭିଯୋଗର ସତ୍ୟତା ଥିବା ଜାଣିବାକୁ ପାଇଛନ୍ତି । ଅନ୍ୟପଟେ ପୋଲିସ ତଦନ୍ତ ଏଯାବତ ହୋଇନଥିବାରୁ ପ୍ରକୃତ ନ୍ୟାୟ ପାଇବାରେ ବିଳମ୍ବ ହେଉଥିବା ବୁଲୁ ମଳିକ ଅଭିଯୋଗ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |.