କଟକ(ଉତ୍କଳ ନିଉଜ)୧୨/୧୦/୨୦୨୬ : କଟକ , ମଙ୍ଗୁଳି ସ୍ଥିତ ସାଇପର୍ ଶିକ୍ଷା ଅନୁଷ୍ଠାନରେ ନବାଗତ ଏମ୍. ଫାର୍ମାସି , ବି. ଫାର୍ମାସି ଓ ବି.ଫାର୍ମାସି ଏଲ.ଇ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ପ୍ରିନ୍ସିପାଲ ଡ଼. ସନ୍ତୋଷ କୁମାର ବଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଫାର୍ମାସି ବିଭାଗର ବରିଷ୍ଠ ଅଧ୍ୟାପକ ଡ଼. କଳାକାର ବଳ ଯୋଗ ଦେଇ ନବାଗତ ଛାତ୍ର ଛାତ୍ରୀଙ୍କୁ ନିଜ ଜୀବନରେ ପାଇଥିବା ସଫଳତା ଓ ଅତ୍ୟାଧୁନିକ ଔଷଧ ସହିତ ଫାର୍ମାସି ବିଭାଗର ଅବଦାନ ଉପରେ ଆଲୋକପାତ କରିବା ସହ ସେମାନଙ୍କର ଭବିଷ୍ୟତ ଜୀବନ ପାଇଁ ମଙ୍ଗଳ କାମନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରାଧ୍ୟାପିକା ଡ଼. ଲୀନା ସାମନ୍ତରାୟ ଯୋଗଦେଇ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ ଫାର୍ମାସି ଶିକ୍ଷା ଏବଂ ବର୍ତମାନ ସମୟରେ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ପ୍ରିନ୍ସିପାଲ ଡ଼. ସନ୍ତୋଷ କୁମାର ବଳ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସାଇପର୍ ପରିସରକୁ ସ୍ୱାଗତ କରିବା ସହ ସମସ୍ତ ଛାତ୍ର ଛାତ୍ରୀ ଫାର୍ମାସି ପାଠକୁ ମନ ଦେଇ ପଢିବା ସହିତ ନିଜକୁ ଏକ କୁଶଳୀ ଫାର୍ମାସିଷ୍ଟ ଭାବେ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ତଥା ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ପବିତ୍ର ମୋହନ ମହାନ୍ତି ଛାତ୍ର ଛାତ୍ରୀଙ୍କୁ ସୁନ୍ଦର ଭାବରେ ଗଢିତୋଳିବାର ଦାଇତ୍ୱ ଆମର କହି ଅଭିଭାବକ ମାନଙ୍କୁ ଆଶ୍ୱାସନା ଦେଇଥିଲେ , ପ୍ରାଧ୍ୟାପକ ଡ଼. ପ୍ରିୟଦର୍ଶୀ ମିଶ୍ର, ଡ଼. ବିଶ୍ୱ ରଞ୍ଜନ ରାୟ , ସୁବୀର ମିତ୍ର, ଦେବାଶିଷ ମିଶ୍ର, ସୋମ୍ୟ ରଞ୍ଜନ ସାହୁ ଉପସ୍ଥିତ ରହି ନିଜ ନିଜ ବିଭାଗର ସମସ୍ତ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଅଧ୍ୟାପିକା ଶ୍ରୀମତୀ ସ୍ବସ୍ତି ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ , ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ତଥା ଶ୍ରୀମତୀ ଅଳକା ପ୍ରିୟଦର୍ଶିନୀ କର , ଇତିଶ୍ରୀ ମହାନ୍ତି , ସ୍ନିଗ୍ଧା ମହାନ୍ତି, ସୁନିତା ବେହେରା, ମଧୁସ୍ମିତା ରାଉତ , ଶିବାନୀ ଦାଶ , ଦୀପିକା ପ୍ରିୟଦର୍ଶିନୀ ରାଉତ , ସ୍ୱୟଂ ପ୍ରଭା ସାହୁ , ମୋହନ କୁମାର ବେହେରା, ସୋଭାଗ୍ୟ ସୌରଭ ସାମଲ, ସୌରଭ ବିଶ୍ୱାଳଙ୍କ ସହିତ ଅନୁଷ୍ଠାନର କର୍ମଚାରୀବୃନ୍ଦ ତଥା ପ୍ରଦୀପ୍ତ ସ୍ୱାଇଁ, ଦିଲ୍ଲୀପ ବିଶ୍ୱାଳ, ସ୍ମିତାଲି ନାୟକ, ଜ୍ୟୋତି ପ୍ରକାଶ ମିଶ୍ର, ପବିତ୍ର ମୋହନ ସାହୁ, ସ୍ମୃତିଞ୍ଜନ ସାହୁ, ଋତୁପୁର୍ଣା ନାୟକ, ରଜିଆ ବେଗମ୍, ସବିତା ପରିଡା , ଅଶୋକ ସାହୁ, ସୁକାନ୍ତ ଜେନା, ରଶ୍ମିରଂଜନ ବିଶୋଇ, ପ୍ରକାଶ ବିଶ୍ୱାଳ, ପବିତ୍ର ବେହେରା, ଅନନ୍ତ ଜେନା, ସଂଜୀବ ତୋଳା, ଅଭିନାଶ ପୃଷ୍ଟି , ସ୍ନେହଲତା ଦାସ, ତୃପ୍ତିମୟୀ ପଣ୍ଡା, ଜୟନ୍ତ ରଣା, ଚିନ୍ମୟ କୁମାର ନାୟକ, ଶକୁନ୍ତଳା ଷଡ଼ଙ୍ଗୀ, କାଁହୁ ଚରଣ ସାହୁ, ବିଶ୍ୱନାଥ ସାହୁ, ଅକ୍ଷୟ କୁମାର ବିଶ୍ୱାଳ ଆଦି ଉପସ୍ଥିତ ରହିଥିଲେ ।