କଟକ ( ଉତ୍କଳ ନ୍ୟୁଜ ). ୧୪-୦୭-୨୦୨୬: ନାବାଳିକା ଅପହରଣ ଘଟଣାରେ ୨ ଯୁବକ ଗିରଫ୍ । ଭଦ୍ରକ ତିହିଡି ଥାନାଧିନ ବାହାବଳପୁର ଗ୍ରାମର ଜନୈକା ନାବାଳିକା (ଅଷ୍ଟ ଶ୍ରେଣୀ ଛାତ୍ରୀ)ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ଚଳିତ ମାସ ୯ ତାରିଖରେ ନାବାଳିକା ଅପହରଣ ହୋଇଥିଲା । ପୋଲିସ ମାମଲା ସଂଗୀନ ଦଫାରେ ଏକ ମାମଲା (୨୮୧/୨୬) ରୁଜୁ କରି ପ୍ରାଥମିକ ତଦନ୍ତ କରିବା ସହ ନାବାଳିକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିଛି । ଏଥିସହ ୨ ଅପହରଣକାରୀଙ୍କୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ବାହାବଳପୁର ଗ୍ରାମର ପୀଡିତା ନାବାଳିକା ଗତ ୯ ତାରଖରେ ବଜାରକୁ ଯାଇଥିବା ବେଳେ ଅଭିଯୁକ୍ତ ବାହାବଳପୁର ପଞ୍ଚାୟତ ଅଧିନ ପୋଖରୀସାହି ଗ୍ରାମର କରୁଣାକର ବାରିକ (୩୨)ଏବଂ ବାଇପୁର ଗ୍ରାମର ଅମୀୟ ରଞ୍ଜନ ବେହେରା (୨୬) ୨ ଜଣ ଯୁବକ ପୀଡିତାଙ୍କୁ ଅପହରଣ କରି ନେଇଥିଲେ ।

ନାବାଳିକାର ପିତା ଏନେଇ ଥାନାରେ ଏତଲା ଦେବାପେ ପୋଲିସ ଖୋଳତାଡ କରି ପରଦିନ ନାବାଳିକାକୁ ଉଦ୍ଧାର କରିଥିଲା । ପରେ ସଂପୃକ୍ତ ଅପହୃତାମାନଙ୍କୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |.