ଆର୍ଟ ଅଫ ଗିଭିଂ ଆନୁକୁଲ୍ୟରେ ବିଭିନ୍ନ ସ୍ଥାନରେ ବଣ୍ଟନ କାର୍ଯ୍ୟକ୍ରମ |

28

କଟକ ( ଉତ୍କଳ ନ୍ୟୁଜ ) ୧୪-୦୫-୨୦୨୬ : କିଟ୍ ଓ କିସର ପ୍ରତିଷ୍ଠାତା ଶିକ୍ଷାବିତ୍ ଡ଼ ଅଚ୍ୟୁତ ସାମନ୍ତଙ୍କ ଅଭିନବ ପ୍ରୟାସ ହେଉଛି ଆର୍ଟ ଅଫ ଗିଭିଂ ବା ଦେବାର କଳା। ଏହି ମହାନ କଳାକୁ ସମସ୍ତେ ନିଜ ଜୀବନରେ ଆପଣେଇ ନିଜ ସାମର୍ଥ୍ୟ ଅନୁସାରେ ଅନ୍ୟକୁ ସାହାଯ୍ୟ କରିବା ବା କିଛି ଦେବା ପାଇଁ ଆହ୍ବାନ ଦେଇଛନ୍ତି ଡ଼ ସାମନ୍ତ। ଦୀର୍ଘ ୧୩ ବର୍ଷ ଧରି ପାଳିତ ହେଉଥିବା ଏହି ମହାନ ଓ ପ୍ରେରଣାଦାୟୀ କାର୍ଯକ୍ରମ ଆନୁକୁଲ୍ୟରେ ଆଜି ବାରଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି।

ବାରଙ୍ଗ ବ୍ଳକ୍ ଚକ୍ରଧରପୁର ହରିଜନ ସାହିରେ କିଟ୍ କର୍ମଚାରୀଙ୍କ ଦ୍ଵାରା ଖାତା, କଲମ ବଣ୍ଟନ କରାଯାଇଥିଲା ଏବଂ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା। ସେହିପରି ଭାଲୁଙ୍କାରେ ମହିଳା ଓ ଯୁବତୀଙ୍କ ସାନିଟାରୀ ନାପକିନ ଏବଂ ଶିଶୁ ମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରାଯାଇଥିଲା। ଶେଷରେ ଦାଢ଼ାପାଟଣା ସ୍ଥିତ ମା କନକଦୁର୍ଗା ପୀଠରେ ଦିବ୍ୟଙ୍ଗ କୁନି କୁନି ପିଲାଙ୍କ ସମେତ ଅଭିଭାବକଙ୍କୁ ବିସ୍କୁଟ, ସ୍ନାକ୍ସ ଏବଂ ମୃଦୁ ପାନୀୟ ବଣ୍ଟନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବାସନ୍ତୀ ମୁଣ୍ଡା, ବନିତା ବେହେରା, ଚାରୁଲତା ସାହୁ, ଦୁଃଖିଶ୍ୟାମ ମହାରଣା ପ୍ରମୁଖ ସହଯୋଗ କରିଥିଲେ। କିଟ୍ ସ୍କୁଲ ଅଫ ସ୍ପୋର୍ଟସ ଆଣ୍ଡ ଯୋଗିକ ସାଇନ୍ସର ଫକଲ୍ଟି ଆସୋସିଏଟ ମଧୁସ୍ମିତା ସେନାପତି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭୁବନେଶ୍ୱରରୁ ଉମା ଶଙ୍କର ଭଞ୍ଜ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |