ଭିଜିଲାନ୍ସ ଜାଲରେ ଏଡିଇଓ, ୬ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଧରାପଡ଼ିଲେ l

35

କଟକ (ଉତ୍କଳ ନ୍ୟୁଜ ) ୦୫-୦୫-୨୦୨୬ : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଟିଗାଁ ପଂଚାୟତରେ କାର୍ଯ୍ୟରତ ଏକାଉଣ୍ଟେନ କମ ଡାଟା ଏଣ୍ଟ୍ରି ଅପରେଟର (DEO) ଦେବେନ୍ଦ୍ର ସାହୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଘର ର ଫାଇଲ ପ୍ରୋସେସ କରାଇଦେବା ପାଇଁ ଆଟିଗାଁର ହିତାଧିକାରୀ ଶ୍ରୀବତ୍ସ ଭୋଇଙ୍କ ଠାରୁ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ରହିଛି। ଆଜି ଜୁନାଗଡ଼ ବ୍ଲକ ପରିସରରେ ଶ୍ରୀବତ୍ସ ଭୋଇ ଲାଞ୍ଚ ରକମ ୬,୦୦୦ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ ମାଡ଼ିବସି ଦେବେନ୍ଦ୍ର ସାହୁଙ୍କୁ ରଙ୍ଗେହାତ ଧରିଥିଲା। ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଚଢ଼ାଉରେ କଳାହାଣ୍ଡି ଡିଏସପି ପ୍ରମୋଦ କୁମାର ଆଇଣ୍ଡ , ନୂଆପଡ଼ା ଡିଏସପି ଦୀନବନ୍ଧୁ ବେହେରା , ଡ଼ିଏସପି ପ୍ରମିଳା ସୁନା, ଭିଜିଲାନ୍ସ ଇନସ୍ପେକ୍ଟର ଆଲୋକ ମହାପାତ୍ର ସହ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଅଧିକ ତଦନ୍ତ ପାଇଁ ଜୁନାଗଡ଼ ବ୍ଲକ ଅଫିସ ରୁ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସ କୁ ନିଆଯାଇଛି l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l