୧୯ ଯାଏଁ ପ୍ରବଳ ବର୍ଷା |

68

କଟକ,(ଉତ୍କଳ ନ୍ୟୁଜ),୧୬.୦୭.୨୦୨୫ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର , ପଶ୍ଚିମବଙ୍ଗ ଓ ଓଡିଶା ସଂଲଗ୍ନଉପକୂଳ ଅଞ୍ଚଳରେ ସୃଷ୍ଟ ଅବପାତ ଆଜି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି | ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି | ଜଗତସିଂହପୁର ,ଝାରସୁଗୁଡା , ବରଗଡ଼ ଓ ଭବାନୀପାଟଣା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି | ଆସନ୍ତାକାଲି ସମ୍ବଲପୁର , ଝାରସୁଗୁଡା , ସୁନ୍ଦରଗଡ , କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି | ଏଥିସହ ଉପକୂଳ ଓଡ଼ିଶାରେ ବି ପ୍ରବଳ ବର୍ଷିବାର ସମ୍ଭାବନା ରହିଛି | ରାଜ୍ୟରେ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଜାରି ରହିବ | ୨୦ ଓ ୨୧ ତାରିଖରେ ବି ମଧ୍ୟ ବର୍ଷା ହୋଇପାରେ |