ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତୋଷ କଲେ ମହାପ୍ରଭୁ |

64

କଟକ,(ଉତ୍କଳ ନ୍ୟୁଜ),୦୯.୦୭.୨୦୨୫ : ରଥରେ ଭଉଣୀକୁ ନେଲେ ଅଥଚ ମହାଲକ୍ଷ୍ମୀଙ୍କୁ ନନେଇ ଜନ୍ମବେଦିକୁ ଚାଲିଗଲେ ମହାପ୍ରଭୁ | ଏଯାଏଁ ରୋଷ କରିଥିଲେ ମହାଲକ୍ଷ୍ମୀ | ନିଃସଙ୍ଗତା ଭିତରେ ଦେବୀ ଯେ କୋପ କରିଥିଲେ ଏକଥା ମହାପ୍ରଭୁଙ୍କ ସଂଶୟ ନଥିଲା | ତେଣୁ ପତ୍ନୀ ତଥା ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତୋଷ କରିଛନ୍ତି | ପତି-ପତ୍ନୀଙ୍କ ମଧ୍ୟରେ ମାନ ଅଭିମାନର ଏହି ରସପୂର୍ଣ୍ଣ ଅବତାରଣା ଦେଖିଲେ ହଜାର ହଜାର ଭକ୍ତ | ପୁଣି ମାନଭଞ୍ଜନ ସହ ଯୋଡି ହୋଇ ରହିଛି "ରସଗୋଲା" | ମାନ ଭଞ୍ଜିବା ପାଇଁ ରସଗୋଲା ଯେ ଏକ ଉତ୍କୃଷ୍ଠ ଉପାୟ , ମହାପ୍ରଭୁ ଏହା ଭକ୍ତମାନଙ୍କ ଲାଗି ଯୁଗଯୁଗରୁ ଇସାରା ଦେଇ ଆସିଛନ୍ତି |