ଆଜି ପ୍ରକାଶ ପାଇବ +୨ ପରୀକ୍ଷାଫଳ |

66

କଟକ (ଉତ୍କଳ ନ୍ୟୁଜ) ୨୧.୫.୨୦୨୫ : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡିକର ଦ୍ୱାଦଶ ଶ୍ରେଣୀ (+୨) ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ |ଗୋଟିଏ ସମୟରେ କଳା , ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବାହାରିବ | ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ,ସଚିବ ଶାଳିନୀ ପଣ୍ଡିତ, ପରିଷଦ ଅଧକ୍ଷ ମୃଣାଳକାନ୍ତି ଦାସ , ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ |ଏହାର ଏକ ଘଣ୍ଟା ପରେ ଅର୍ଥାତ ଅପରାହ୍ନ ୫ଟାରେ ପରୀକ୍ଷାର୍ଥୀ ୱେବସାଇଟ ଜରିଆରେ ସେମାନଙ୍କ ଫଳ ଜାଣିପାରିବେ |ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଛନ୍ତି |ସେମାନଙ୍କ ମଧ୍ୟରୁ କଳା ବିଭାଗରେ ୨ ଲକ୍ଷ ୪୭ ହଜାର ,ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ବାଣିଜ୍ୟରେ ୨୫ହଜାର ଓ ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ରହିଛନ୍ତି |