କଟକ,(ଉତ୍କଳ ନ୍ୟୁଜ),୨୨.୦୮.୨୦୨୫ : ୟୁକ୍ରେନ-ରୁଷ ଯୁଦ୍ଧବିରତି ପାଇଁ ଗୋଟିଏ ପଟେ ଅହରହ ପ୍ରୟାସ ଚାଲିଥିବା ବେଳେ ଅନ୍ୟପରେ ଉଭୟ ରାଷ୍ଟ୍ର ସପ୍ତାହେ ହେଲା ପରସ୍ପର ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛନ୍ତି | ଗତ ୪ ଦିନ ଧରି କିବକୁ ଟାର୍ଗେଟ କରି ରୁଷ ଭୀଷଣ ଆକ୍ରମଣ ଜାରି ରଖିଛି |ରୁଷ ୟୁକ୍ରେନ ଉପରେ ୫୪୭ଟି ଦ୍ରୋଣ ଏବଂ ୪୦ଟି କ୍ଷେପଣାସ୍ତ୍ର ମଦ କରିଥିବା ଜଣାପଡିଛି |ୟୁକ୍ରେନର ପଶ୍ଚିମ ସହର ଲଭିଭରେ ଦ୍ରୋଣ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଦକ୍ଷିଣ -ପଶ୍ଚିମ କାର୍ପାଥିଆ ଆଂଚଳରେ ହୋଇଥିବା ଆକ୍ରମଣରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି |