କଟକ,(ଉତ୍କଳ ନ୍ୟୁଜ),୧୭.୦୭.୨୦୨୫ : ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ ରଖି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରିଛନ୍ତି |ଏଥିରେ ସହରାଞ୍ଚଳଗୁଡିକୁ ବିକାଶ ଓ ଅର୍ଥନୈତିକ କେନ୍ଦ୍ର ଭାବେ ଗଢିବାକୁ ଲକ୍ଷ୍ୟ ରଖାଯାଇଅଛି | କେବଳ ଏତିକି ନୁହେଁ, ଏବେ ରାଜ୍ୟର ୧୭% ସହରାଞ୍ଚଳ ଥିବାବେଳେ ୨୦୩୬ ସୁଦ୍ଧା ୪୦% ଏବଂ 60% ସହରାଞ୍ଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି | ଏହାକୁ ନଜରରେ ରଖି ରାଜ୍ୟ ସରକାର "ସମୃଦ୍ଧ ସହର" ଯୋଜନା ଆରମ୍ଭ କରିଛନ୍ତି | ଏହି ଯୋଜନାରେ ସହରାଞ୍ଚଳ ବସିନ୍ଦାଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇବା ସହ ଯେପରି ଅଧିକ ପୁଞ୍ଜିନିବେଶ ହେବ ସେହିପରି ଭିତ୍ତିଭୂମି ପ୍ରସ୍ତୁତ ହେବ ଏଥିପାଇଁ ୪୮୭୯.୩୦ କୋଟି ଟଙ୍କା ଖର୍ଚ୍ଚ ହେବ |ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି | ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମିଳିଛି |