ମ୍ୟାଲେରିଆ ,ଡେଙ୍ଗୁ ଓ ଡାଇରିଆ ତନାଘନା |

120

କଟକ,(ଉତ୍କଳ ନ୍ୟୁଜ),୨୦.୬.୨୦୨୫ : ରାଜ୍ୟ ସରକାରଙ୍କୁ ଘାରିଛି ମ୍ୟାଲେରିଆ ,ଡେଙ୍ଗୁ ଓ ଡାଇରିଆ ଚିନ୍ତା | ଏବେ ରାଜ୍ୟର ବହୁ ଜିଲ୍ଲାରେ ଡାଇରିଆ ଆତଙ୍କ ସୃଷ୍ଟି କରିଥିବା ବେଳେ ବର୍ଷା ଋତୁରେ କୀଟବହିତ ରୋଗ ସମାନ ବିପଦ ଡାକି ଆଣିପାରେ | ବିଶେଷ କରି ଖରା ଛୁଟି ପରେ ସ୍କୁଲ ଖୋଲିବାକୁ ଯାଉଥିବାରୁ ଆଦିବାସୀ ଆବାସିକ ବିଦ୍ୟାଳୟଗୁଡିକରେ କୀଟ ଓ ଜଳବାହିତ ରୋଗ ନିୟନ୍ତ୍ରଣ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ହୋଇଛି | ଏହାସହ ରାଜ୍ୟବ୍ୟାପି କିତାବହିତ ରୋଗ ନିୟନ୍ତ୍ରଣ ଦିଗରେ ଆବଶ୍ୟକ ପଦକ୍ଷପ ଗ୍ରହଣ କରିବା ଲାଗି ଜିଲ୍ଲାପାଳ ଓ ମୁନିସିପାଲଟି କମିଶନରଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଦୁଇଟି ପତ୍ର ଲେଖିଛନ୍ତି |