କଟକ (ଉତ୍କଳ ନ୍ୟୁଜ ) ୧୩-୦୭-୨୦୨୪ : ଜଗତସିଂହପୁର ଜିଲ୍ଲା ପାରାଦୀପରେ ଅଭାବନୀୟ ଘଟଣା ଘଟିଛି। ପାରାଦୀପ ଦୋଛକିରେ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ। ମୃତ ହୋମଗାର୍ଡ ପାରାଦୀପ ଉପକଣ୍ଠ ବାଲଡିଆ ଗ୍ରାମର ରାଜନ ପ୍ରଧାନ। ଦୋଛକିରେ ଡ୍ୟୁଟିରେ ଥିବାବେଳେ ଧାଡ଼ି ଭାଙ୍ଗି ଚଣ୍ଡିଖୋଲ ପଟୁ ଏକ ଦ୍ରୁତଗାମୀ ଆଇରନ ଟ୍ରକ ପାରାଦୀପ କୁ ଆସୁଥିଲା। ଟ୍ରକଟିକୁ ହୋମଗାର୍ଡ ଅଟକେଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ ଟି ତାଙ୍କ ଉପରେ ସିଧା ଚଢାଇ ଦେଇ ପଳାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଉତ୍ୟକ୍ତ ଲୋକ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ପାରାଦୀପ-ଚଣ୍ଡିଖୋଲ ଓ ପାରାଦୀପ-କଟକ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।