ଏହି ସପ୍ତାହ ମଧ୍ୟରେ +୨ ପରୀକ୍ଷାଫଳ ପ୍ରକାଶ |

73

କଟକ (ଉତ୍କଳ ନ୍ୟୁଜ ) ୧୯.୫.୨୦୨୫ : ଚଳିତ ସପ୍ତାହରେ +୨ ପରୀକ୍ଷାଫଳ ପ୍ରକାଶ ପାଇବା | ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ମେ" ୨୧ କିମ୍ବା ୨୨ ତାରିଖ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସିଇ) କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରାଯିବ | ପୁସ୍ତିକା ଉନ୍ମୋଚନର କିଛି ସମୟ ମଧ୍ୟରେ ଛାତ୍ରଛାତ୍ରୀ (ସିଏଚଏସିଇ)ୱେବସାଇଟରୁ ସେମାନଙ୍କ ଫଳ ଜାଣିପାରିବେ ବୋଲି ସୂଚନା ମିଳିଛି | ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଯେପରି ପ୍ରଭାବିତ ନ ହୁଏ , ସେ ଦିଗରେ ପଦକ୍ଷପ ଗ୍ରହଣ କରୁଛୁ |ତେବେ ଗୋଟିଏ ଦିନରେ ବିଜ୍ଞାନ , କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଫଳ ପ୍ରକାଶ କରାଯିବ | ତେଣୁ ମଙ୍ଗଳବାର ସୁଦ୍ଧା ଫଳ ପ୍ରକାଶ ତାରିଖ ଘୋଷଣା କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି |