କଟକ (ଉତ୍କଳ ନ୍ୟୁଜ) ୨୭.୫.୨୦୨୫ : ହରିଆଣାର ପଞ୍ଚକୁଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଡେରାଡୁନର ଗୋଟିଏ ପରିବାରର ସାତ ଜଣ ସଦସ୍ୟ ବିଷ ପିଇ ଏକାଥର କେ ଜୀବନ ହାରି ଦେଇଛନ୍ତି। ସେକ୍ଟର ୨୭ରେ ଥିବା ଏକ ଘର ବାହାରେ ପାର୍କିଂ ହୋଇଥିବା ଏକ କାର ଭିତରେ ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇଛି। ତେବେ ଜୀବନ ହରାଇଥିବା ୭ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଲୋକ ସ୍ଥାନୀୟ ବାସିନ୍ଦା ଙ୍କୁ କହିଛନ୍ତି ଯେ ସେ ଋଣ ନ ସୁଝିପାରିବାରୁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ସେମାନେ ଋଣରେ ବୁଡ଼ିଥିବା ବେଳେ ଋଣ ପରିଶୋଧ କରିବା ପାଇଁ ସେମାନଙ୍କ ନିକଟରେ କୌଣସି ରାସ୍ତା ନଥିବାରୁ ଏପରି କରିଥିବା ବ୍ୟକ୍ତି ଜଣକ ସୂଚନା ଦେଇଛନ୍ତି।ବ୍ୟକ୍ତି ଜଣଙ୍କୁ କାର୍କୁ ବାହାର କରିବା ବେଳେ ସେ କହୁଥିଲେ, "ମୁଁ ପାଞ୍ଚ ମିନିଟ୍ ମଧ୍ୟରେ ମରିଯିବି। କାରଣ ମୁଁ ମଧ୍ୟ ବିଷ ଖାଇ ଦେଇଛି,"।ସ୍ଥାନୀୟ ବାସିନ୍ଦା ପୁନିତ ରାଣା ତାଙ୍କୁ କାର୍ରୁ କାଢ଼ିବା ବେଳେ ସେ ଏପରି କହିଥିଲେ। ସେହି ବ୍ୟକ୍ତିଙ୍କ ଶେଷ ମୁହୂର୍ତ୍ତର ଏକ ଭିଡିଓରେ, ସ୍ଥାନୀୟ ଲୋକମାନେ "ତାଙ୍କୁ ପାଣି ଦିଅ" ବୋଲି କହୁଥିବା ଶୁଣିବାକୁ ମିଳୁଛି। ଯେତେବେଳେ ଅନ୍ୟମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଆସିବାକୁ କଲ୍ କରୁଛନ୍ତି।ସୂତ୍ର ଅନୁସାରେ, ପରିବାର ଭାରୀ ଋଣ ଏବଂ ଆର୍ଥିକ ସଙ୍କଟରେ ଥିବାରୁ ଏହି ଚରମ ପଦକ୍ଷେପ ନେଇଥିଲେ।ରବିବାର ଦିନ ଏହି ଘଟଣା ଘଟିଥିଲା। ଯେତେବେଳେ ପରିବାର ଲୋକ ଏକ ସାସ୍କୃତିକ କାର୍ଯ୍ୟକ୍ରମ ଶେଷ କରି ଡେରାଡୁନ ଫେରୁଥିଲେ।