ଐତିହ୍ୟ ଓ ପରମ୍ପରାର ଗାଥା ବହନ କରିଛି ବିରଂଚିନାରାୟଣଙ୍କ ପୀଠରେ ଗୁଣ୍ଡୁଣୀ ମେଳା |

118

କଟକ (ଉତ୍କଳ ନ୍ୟୁଜ ) ୨୬-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ପାଳିଆସ୍ଥିତ ବିରଞ୍ôଚନାରାୟଣଙ୍କ ପୀଠରେ ଗୁଣ୍ଡୁଣୀ ମେଳା ଅନୁଷ୍ଠିତ ହୋଇ ଯାଇଛି । ବହୁ କିମ୍ବଦନ୍ତି ସମ୍ମଳିତ ଇତିହାସ ଓ ଲୋକକଥା ବହନ କରିଥିବା ଏହି ସର୍ବପ୍ରାଚୀନ ଅର୍କକ୍ଷେତ୍ରର ଐତିହାସିକ ବିରଂଚିନାରାୟଣ ପୀଠ ଯେଉଁଠି ଚର୍ତୁମୂଖି ବ୍ରହ୍ମା ପୂଜା ପାଇଥାନ୍ତି । ଏହାକୁ ସୂର୍ଯ୍ୟ ଉପାସନା କେନ୍ଦ୍ର ବୋଲି ଐତିହାସିକମାନେ ମତ ରଖିଛନ୍ତି । ଅଘିରା ପୂର୍ଣ୍ଣମୀ ପରଦିନ ଏଠାରେ ଏହି ପର୍ବ ପାଳନ କରାଯାଇଥାଏ । ଅର୍କକ୍ଷେତ୍ର ଭାବେ କୋଣାର୍କକୁ ନିଆଗଲେ ୧୩ଶ ଶତାଦ୍ଧିରେ କିନ୍ତୁ ବିରଂଚିନାରାୟଣ ମନ୍ଦିର ୯ମ ଶତାଦ୍ଧିରେ ନିର୍ମାଣ କରାଯାଇଥିବା ଐତିହାସିକ ତଥ୍ୟ ରହିଛି । ଐତିହ୍ୟ ଓ ପରମ୍ପରାର ଗାଥା ବହନ କରିଛି ବିରଞ୍ôଚନାରାୟଣ ପୀଠରେ ଏହି ଗୁଣ୍ଡୁଣୀ ମେଳା । ପ୍ରଭୁଙ୍କର ଚୂଳଚଢା ପର୍ବ ପାଳନ ପରଠାରୁ ମନୋହରି ଭୋଗ ଲାଗିଥାଏ । ଗୁଣ୍ଡୁଣି ଯାତ୍ରାରେ ପ୍ରଭୁ ବିରଞ୍ôଚ ନାରାୟଣ ବଡସିଂହାର ବେଶରେ ବିଭୂଷିତ ହୋଇଥାନ୍ତି । ଭକ୍ତମାନେ ଦର୍ଶନ କରିବା ସହିତ ପ୍ରସିଦ୍ଧ ମନୋହରୀ ଭୋଗ ଦିଅଁଙ୍କୁ ଅର୍ପଣ କରିଥାନ୍ତି । ଏହି ମେଳାରେ ଭକ୍ତମାନେ ଫୁଲଛତା ମାନସିକ କରି ବିଭିନ୍ନ ଚର୍ମ ରୋଗରୁ ମୁକ୍ତ ହୋଇଥାନ୍ତି । ଏହି ଯାତ୍ରାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ମାନସିକ ରଖିଥିବା ଫୁଲ ଛତା ସମର୍ପଣ କରିଥାନ୍ତି । ପୂରାଣ ମତେ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାକୁ ଆସି ପୂର୍ବରୁ ଏଠାରେ ଥିବା ସମୂଦ୍ର କୂଳରେ ସୂର୍ଯ୍ୟ ଉପାସନା କରି ଆରୋଗ୍ୟ ହୋଇଥିଲେ । ଚୂଳଚଢା ପର୍ବରେ ଉପାସନା କରି ଗୁଣ୍ଡୁଣି ମେଳା ଦିନ ଫେରିଥିଲେ । କୌଣସି ଲୋକର ଚର୍ମ ରୋଗ ହେଲେ ଲୋକେ ବିରଞ୍ôଚନାରୟଣଙ୍କ ଉଦ୍ଦେଶ୍ୟରେ ଫୁଲଛତା ମାନସିକ କରିଥାନ୍ତି ବୋଲି ଏକ ବିଶ୍ୱାସ ଆଜି ସୁଦ୍ଧା ରହି ଆସିଛି । ଏହି ମନ୍ଦିରରେ ଚାରୋଟି ଦ୍ୱାରଦେଶ ରହିଛି । ଶ୍ରୀଜଗନ୍ନାଥ ଓ ଶିବ ମନ୍ଦିର ମଧ୍ୟ ଏହାର ବେଢାରେ ରହି ପୂଜିତ ହୋଇ ଆସୁଛନ୍ତି । ଏକଦା କଳାପାହାଡ ଆକ୍ରମଣରେ ଏହି ମନ୍ଦିର ଶିକାର ହୋଇଥିଲା । ସହରୀକରଣ ସତ୍ୱେ ବିରଞ୍ôଚନାରାୟଣ ମନ୍ଦିର ନିକଟରେ ପାଳିତ ହେଉଥିବା ପୂଜା ପର୍ବାଣୀରେ ଅଧିକରୁ ଅଧିକ ଯାତ୍ରୀଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଏହା ୫ ଦିନ ବ୍ୟାପୀ ଚାଲିବ । ମନ୍ଦିର କମିଟିର ମେନେଜିଙ୍ଗ୍ ଟ୍ରଷ୍ଟି ମୁଖ୍ୟ ବସନ୍ତ କୁମାର ନାୟକଙ୍କ ସମେତ ପରିଚାଳନା କମିଟିର ସଭାପତି ଚକ୍ରଧର ରାଉତ, ସମ୍ପାଦକ ବିଜୟ ପାତ୍ର, ଗୋପିନାଥ ମହାଳିକ, ତପନ ମହାଳିକ, ସଞ୍ଜୟ ନାୟକ, ବାବାଜୀ ମହାଳିକ, ତାରାକାନ୍ତ ପଲେଇ, ହାସିମ କାଜିର ସାହା, ସୁଶାନ୍ତ ଦାସ ଓ ନଣ୍ଡା ପାତ୍ର ପ୍ରମୁଖ ପ୍ରମୁଖ ପରିଚାଳନା କରୁଥିବା ଜଣାଯାଇଛି । ଏହି ମନ୍ଦିରର ପୂର୍ଣ୍ଣବିନ୍ୟାଶ ତଥା ପର୍ଯ୍ୟଟନ ଭିତ୍ତିିଭୂମିର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଅତିଥି ଭବନ, ପାର୍କିଂସ୍ଥଳ ନିର୍ମାଣ ସହ ପାଚେରୀ ମରାମତି ଆଦି କେତେକ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ବେଳେ ମନ୍ଦରକୁ ବଜ୍ରପାତ ନିରୋଧ ଲାଗି ୨୫ ଲକ୍ଷ ଓ ଫାଇଭ-ଟି ଯୋଜନାରେ ୨୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ଜଣାଯାଇଛି । ଏହି ସର୍ବ ପ୍ରାଚୀନ ମନ୍ଦିରର ଭୌଗଳିକ ଓ ପ୍ରାଚୀନତା ଉପରେ ଯଦି ପ୍ରତ୍ନତତ୍ୱ ବିଭାଗ ଗବେଷଣା କରନ୍ତି ତେବେ ଇତିହାସରୁ ବାଦ୍ ପଡୁଥିବା ବହୁ ପୃଷ୍ଟା ଉନ୍ନୋଚିତ ହୋଇ ପାରନ୍ତା ବୋଲି ମତପ୍ରକାଶ ପାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |