କୋଇଲା ମାଫିଆ ସକ୍ରିୟ, ସ୍ୱତନ୍ତ୍ର ସ୍ୱାର୍ଡ ହାବୁଡରେ ପଡିଲେ , ପୁଲିସ ପିଛା କରୁଥିବା ବେଳେ ଓଲଟିଲା ଚୋରା କୋଇଲା ବୋଝେଇ ଟ୍ରକ, ୨ ଗିରଫ |

108

କଟକ (ଉତ୍କଳ ନ୍ୟୁଜ ) ୨୯-୦୪-୨୦୨୫ : କୋଇଲା ମାଫିଆ ସକ୍ରିୟ, ସ୍ଥାନୀୟ ପୋଲିସର ଜାଣତରେ ହେଉ ଅଥବା ଅଜାଣତରେ ହେଲେ ଚାଲୁଥିଲା ଚୋରା କୋଇଲା ଚାଲାଣ । ସଞ୍ଜ ନଇଁଲେ ଚୋରା କୋଇଲା ଚାଲାଣର ପସରା ମେଲା ଯାଉଛି । ରେଳ ଧାରଣା ନିକଟରୁ ପିକ୍ ଅପ୍ ଭ୍ୟାନରେ ନେଇ ବଡ ଗାଡିରେ ବାହାରକୁ ଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇଁ ଜିଲ୍ଲାର ସ୍ୱତନ୍ତ୍ର ସ୍ୱାର୍ଡ ପିଛା କରିଥିଲେ । ରବିବାର ବିଳମ୍ବିତ ରାତ୍ରିରେ ପୁଲିସ ପିଛା କରୁଥିବା ଏକ ଚୋରା କୋଇଲା ବୋଝେଇ ଟକ୍ର ରାସ୍ତାରେ ଓଲଟି ପଡ଼ିବା ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି । ଅତିରିକ୍ତ ଏସପି ସମ୍ବିତ ମାଝୀ କୌଣସି ସୂତ୍ରରୁ ଖବର ପାଇ କଷଟି ଠାରେ ପହଂଚିଥିଲେ । ପୁଲିସକୁ ଦେଖିବା ପରେ ଏକ କୋଇଲା ବୋଝେଇ ଆଇଚର ଟ୍ର୍ରକ ଦ୍ରୁତ ଗତିରେ ପଳାଉଥିବା ବେଳେ ଈଶାଣପୁର ନିକଟରେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ପିଛା କରୁଥିବା ପୁଲିସ ଗାଡ଼ିର ହେଲପର ସେକ ବାଣ୍ଟୁ ଓ ଖଲାସି ରାମଚନ୍ଦ୍ର ଟୁଡ଼ୁକୁ ଗିରଫ କରିବା ସହ କୋଇଲା ଓ ଗାଡ଼ି ଜବତ କରିଛି । ଏହି ଚଢା଼ଉରେ ତିହିଡ଼ି ପୁଲିସ ମଧ୍ୟ ସାମିଲ ହୋଇଥିଲା । ତିହିଡି ଥାନାଧିନ ଜିଝାରପୁରରୁ ନୂଆନନ୍ଦ ମଧ୍ୟରେ ଅବାଧ ଚୋରା କୋଇଲା ଚାଲାଣ ହେଉଥିବା ସୂଚନା ମିଳିଛି । ବାରମ୍ବାର ବାରଣ ସତ୍ୱେ ମଧ୍ୟ ପୋଲିସକୁ ଚ୍ୟାଲେଂଜ କରି ମାଫିଆମାନେ ଏପରି ଦୁଃଶାହସିକ କାର୍ଯ୍ୟ କରୁଛନ୍ତି । ଜିଲ୍ଲାର ଚର୍ଚ୍ଚିତ ତଥା ମୋଷ୍ଟ ୱାଣ୍ଟେଡ୍ କୋଇଲା ମାଫିଆଙ୍କ ନାମ ପଦାକୁ ଆସୁଛି । ପୋଲିସ ତାକୁ ଧରିବାରେ କେବେ ସକ୍ଷମ ହେଉଛି ତାହାକୁ ଅନେଇ ବସିଛନ୍ତି ଅଂଚଳବାସୀ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |