ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଡ଼ିଏଫ୍ଓଙ୍କୁ ଭିଜିଲାନ୍ସ ଚଢ଼ଉ |

73

କଟକ,(ଉତ୍କଳ ନ୍ୟୁଜ),୨୧.୦୭.୨୦୨୫ : କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡ଼ିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କ ଜମିଦାର ନିଶା ପାଦରେ ପଡିଛି | ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଡ଼ିଏଫ୍ଓଙ୍କ କାର୍ଯ୍ୟାଳୟ , ବାସଭବନ ସମେତ ୭ଟି ସ୍ଥାନରେ ଭିଜେଲାନ୍ସ ଚଢ଼ଉ କରିଛି | ଚଢ଼ଉ ବେଳେ ଡ଼ିଏଫ୍ଓଙ୍କର ମାଳମାଳ ପ୍ଲଟ ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ତାଜୁବ ହୋଇଛନ୍ତି | ଡ଼ିଏଫ୍ଓ ଶ୍ରୀ ନାୟକଙ୍କ ପୁଅର କାର୍ଯ୍ୟାଳୟ , ଶଶୁରଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି | ତାଙ୍କ ପରିବାର ସଦସ୍ୟଙ୍କ ନାମରେ ମୋଟ ୧୧୫ଟି ପ୍ଲଟ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି |