କଟକ,(ଉତ୍କଳ ନ୍ୟୁଜ),୨୫.୦୭.୨୦୨୫ : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ଏବେ ବି ନକ୍ସଲଙ୍କ ଗଡ ହୋଇ ରହିଛି | ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ , ନକ୍ସଲ ସଂଗଠନ ବର୍ତ୍ତମାନ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ଆରମ୍ଭ କଲେଣି | ମାଓବାଦୀ ଡ୍ରୋନ ମାଧ୍ୟମରେ ସୁରକ୍ଷାବାହିନୀର କାର୍ଯ୍ୟକଳାପ ନିରୀକ୍ଷଣ କରୁଛନ୍ତି | ତଥ୍ୟ ଅନୁସାରେ ଛତିଶଗଡ ରାଜ୍ୟର ସୁକମା , ବିଜେପୁର , ଗାଡ଼ଚିରୋଲୀ ଏବଂ ଝାଡ଼ଖଣ୍ଡ ରାଜ୍ୟର ଲାତେହାର ଭଳି ଅଞ୍ଚଳରେ ରାତି ସମୟରେ ଛୋଟ ଛୋଟ ଡ୍ରୋନ ଉଡୁଥିବା ଦେଖାଯାଇଛି |