ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ |

114

କଟକ ( ଉତ୍କଳ ନ୍ୟୁଜ ) ୨୩.୫.୨୦୨୫ : ଗୁରୁବାର କଳିଙ୍ଗନଗରଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ | ସ୍ଥାନୀୟ ଲୋକଙ୍କ ବିକାଶ ଓ ସୁଖ ସମୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରତିବଦ୍ଧ ବୋଲି ଆଜି କଳିଙ୍ଗନଗରଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଊତ୍ସବରେ ଯୋଗ ଦେଇ ଶ୍ରୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ,ଆଜିର ଏହି କାର୍ଯ୍ୟକ୍ରମ ଶିଳାନ୍ୟାସ କିମ୍ବା ଉଦଘାଟନ ନୁହେଁ; ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ନିର୍ମାଣ | କଳିଙ୍ଗଠାରେ ଆଜି ୨୦ଟି ଶିଳ୍ପର ଶିଳାନ୍ୟାସ କରାଯାଇଛି |ଏହା ଦ୍ୱାରା ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ତଥ୍ୟରୁ ପ୍ରକାଶ |