କଟକ (ଉତ୍କଳ ନ୍ୟୁଜ ) ୨୦-୦୪-୨୦୨୬ : ଭଦ୍ରକ-ଚାନ୍ଦବାଲି ରାଜପଥ ସିନ୍ଦୋଳ ପଞ୍ଚାତ କାର୍ଯ୍ୟାଳୟ ଠାରୁ ସନ୍ଥପୁରା ଛକ ପର୍ଯ୍ୟନ୍ତ ୩ଟି ସ୍ଥାନରେ ବିଭାଗ ପକ୍ଷରୁ ଅବସ୍ଥାପିତ ହମ୍ପସ୍ଗୁଡିକରେ ଧଳା ରଙ୍ଗ ଦିଆ ଯାଇଛି । ପିଚୁ ଦ୍ୱାରା ନିର୍ମାଣ ହୋଇଥିବା ହମ୍ପସ୍ ଯୋଗୁଁ ଗାଡି ଚାଳକ ଦ୍ୱନ୍ଦରେ ପଡୁଥିଲେ ଯାହାଦ୍ୱାରା ବାରମ୍ବାର ଦୁର୍ଘଟଣା ଘଟୁଥିଲା । କେବଳ ସେତିକି ନୁହେଁ ଏକାଧିକ ଲୋକ ଦୁର୍ଘଟଣାର ଶିକାର ହୋଇ ଜୀବନ ମଧ୍ୟ ହାରିଛନ୍ତି । ପ୍ରତି ମୂହୁର୍ତ୍ତରେ ଉକ୍ତ ହମ୍ପସ୍ ସ୍ଥଳରେ ଦୁର୍ଘଟଣା ଘଟୁଥିଲା । ଯାହାର ସ୍ଥାୟୀ ସମାଧାନ କରିବା ଲାଗି ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ଲୋକେ ହେଲେ ସେଠାରୁ କୌଣସି ସୁଫଳ ନମିଳିବାରୁ ନିଜ ଖର୍ଚ୍ଚରେ ଧଳା ରଙ୍ଗ ଦେଇଛନ୍ତି । ଏହି ଧଳା ରଙ୍ଗ ଦେବାଦ୍ୱାରା ଗାଡି ଚାଳକ କିଛି ଦୂରରୁ ଅବଗତ ହୋଇ ସ୍ପିଡ୍ ନିୟନ୍ତ୍ରଣ କରି ପାରୁଛି ଏବଂ ଦୁର୍ଘଟଣାରୁ ମୁକ୍ତି ମିଳୁଥିବା ଜଣା ଯାଇଛି । ପୂର୍ବତନ ସରପଞ୍ଚ ବୈକୁଣ୍ଠ ନାଥ ପାଣି, କରୁଣାକର ନାୟକ, ଉମାକାନ୍ତ ନାୟକ, ବାଙ୍କବିହାରୀ ମଲ୍ଲିକ, ବଳରାମ ପରିଡା, ରାଜେନ୍ଦ୍ର ସାହୁ, ପ୍ରକାଶ ବାରିକ, ମାନସ ବାରିକ, ଟୁକୁନା ଦାସ, ସହଦ୍ କାଲା, ସମରୁଲ ହୋଦା, ପାଗଳା ଦାସ, ଶାନ୍ତନୁ ସ୍ୱାଇଁ, ତପନ ସ୍ୱାଇଁ, ରାଜାରାମ ନାୟକ, ଚକ୍ରଧର ସ୍ୱାଇଁ ପ୍ରମୁଖ ଏପରି ମହତ୍ କାର୍ଯ୍ୟରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।