ଏସ୍.ସି.ବି. ମୃତକମାନଙ୍କ ପ୍ରତି ମିଳିତ ବିରୋଧୀ ଦଳର ଶ୍ରଦ୍ଧାଞ୍ଜଳି ସଭା ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି !

252

କଟକ ( ଉତ୍କଳ ନ୍ୟୁଜ ) ୨୫-୦୩ - ୨୦୨୬ : ଏସ୍.ସି.ବି. ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ରାତିରେ ଘଟିଥିବା ଘଟଣାର ୧୪ଜଣ ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଏବଂ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ଉଦ୍ଦେଶ୍ୟରେ ଆଜି ସଂନ୍ଧ୍ୟା ୫ଘଟିକା ୩୦ ମିନିଟ୍ ସମୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଜେଡି, କଂଗ୍ରେସ, ସି.ପି.ଆଇ., ସି.ପି.ଆଇ.(ଏମ୍), (ସି.ପି.ଆଇ.(ଏମ୍-ଏଲ୍), ଏନ୍.ସି.ପି., ଆର୍.ଜେ.ଡି. ଓ ସମତାକ୍ରାନ୍ତ ତରଫରୁ କଲେଜ ଛକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତି ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ମିଳିତ ବିରୋଧୀ ଦଳ ତରଫରୁ ଆୟୋଜିତ ଏହି ସଭାକୁ ମିଳିତ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ । ପ୍ରଥମେ ମୃତକମାନଙ୍କ ନାମ ଫଳରେ ରାଜ୍ୟର ନେତୃମଣ୍ଡଳୀ ପୁଷ୍ପ ପ୍ରଦାନ କରିବା ପରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ୧୪ ଜଣଙ୍କ ପାଇଁ ୧୪ଟି ମହମବତୀ ମଞ୍ଚରେ ସ୍ଥାନିତ ହୋଇଥିଲା । ସଭାସ୍ଥଳରେ ସେମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ୍ ନୀରବତା ଅବଲମ୍ବନ କରାଯିବା ପରେ ରାଜ୍ୟର ନେତୃମଣ୍ଡଳୀ ବକ୍ତବ୍ୟ ରଖୁଥିଲେ। ବରିଷ୍ଠ ବି.ଜେ.ଡି. ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ମେୟର ସୁଭାଷ ସିଂ, ପୂର୍ବତନ ସ୍ଵାସ୍ଥ୍ୟ ଅତନୁ ସବ୍ୟସାଚୀ, ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜ୍ୟର ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ସି.ପି.ଆଇ.ର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର, ସି.ପି.ଆଇ.(ଏମ୍)ର ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ, ପୁଷ୍ପା ଦାଶ, ସି.ପି.ଆଇ.( ଏମ୍.-ଏଲ)ର ରାଜ୍ୟ ସଭାପତି ଯୁଧୁଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକର ରାଜ୍ୟ ସଂପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍.ସି.ପି.ର ରାଜ୍ୟ ସଭାପତି ବିକ୍ରମ ସ୍ଵାଇଁ, ଆର୍.ଜେ.ଡି.ର ରାଜ୍ୟ ସଭାପତି ହେମନ୍ତ କୁମାର, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସେମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ, କଟକ ବଡ଼ ଡାକ୍ତରଖାନା ଅର୍ଥାତ୍ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଗ୍ନିକାଣ୍ଡ ଜନଜୀବନ ସହ ଘୋର ଅବହେଳା ଯୋଗୁଁ ଘଟିଛି। ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ରାଜ୍ୟର ଏକ ଗୁରୁତ୍ଵପୂର୍ଣ ପ୍ରମୁଖ ପୁରାତନ ଏବଂ ସର୍ବବୃହତ ଚିକିତ୍ସା ପ୍ରତିଷ୍ଠାନ। ଓଡ଼ିଶା ଏବଂ ଓଡ଼ିଶା ବାହାରର ଲକ୍ଷାଧୂକ ଗରିବ ମଧ୍ୟବର୍ଗୀୟ ଲୋକମାନେ ଚିକିତ୍ସା ପାଇଁ ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ। କିନ୍ତୁ ବର୍ତ୍ତମାନ ବିଜେପି ଶାସନରେ ଏହି ଗୁରୁତ୍ଵପୂର୍ଣ ଅନୁଷ୍ଠାନ ନର ପରିସ୍ଥିତି ଅତ୍ଯନ୍ତ G ଦୟନୀୟ ଓ ଅବ୍ୟବସ୍ଥିତ ହୋଇପଡ଼ିଛି । ବିଦ୍ୟୁତ୍ ପରିଚାଳନା ଓ ଅଗ୍ନିନିର୍ବାପଣ ବ୍ୟବସ୍ଥା ବିଫଳ ହୋଇଛି।

ଅତ୍ୟାବଶ୍ୟକ ସୁରକ୍ଷା ସଂପର୍କିତ ସମସ୍ତ ନିୟମ ଉଲ୍ଲଙ୍ଘନ କରାଯାଇଛି। ରୋଗୀ ସେବାରେ ଗୁରୁତର ଅବହେଳା ପରିଲକ୍ଷିତ ହୋଇଛି। ପରିଚାଳନାରେ ଗୁରୁତର ଅସାବଧାନତା ଯୋଗୁ ଏହି ଭଳି ଭଳି ଏକ ମାନବୀୟ ବିପର୍ଯ୍ୟୟ ଘଟିଛି । ଏହା ପ୍ରମାଣ କରୁଛି ଯେ, ସରକାର ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ପ୍ରତି କେତେ ବେଖାତିର ମନୋଭାବ ବ ପୋଷଣ କରୁଛନ୍ତି । ଗତ ୧୬ ମାର୍ଚ୍ଚ ପ୍ରାତଃ ୩ଘଣ୍ଟା ସମୟରେ ଘଟିଥିବା ଏହି ଭୟାବହ ଅଗ୍ନିକାଣ୍ଡ ଘଟଣା ଏକ ଭୟଙ୍କର ଦୁର୍ଘଟଣା ନୁହେଁ, ବରଂ ସରକାର ଓ ହସ୍ପିଟାଲ ପରିଚାଳନାର ଚରମ ଅବହେଳାର ପରିଣାମ ନିରୀହ ରୋଗୀମାନଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ମିଳିତ ବିରୋଧୀ ଦଳର ନେତୃ ନେତୃମଣ୍ଡଳୀ ଆଜି ସଭାରେ ପ୍ରକା ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ, କଂଗ୍ରେସର କଟକ ଜିଲ୍ଲା ନେତୃତ୍ବ ପ୍ରତାପ ମଲ୍ଲିକ, ସି.ପି.ଆଇ.ର ନେତା ଅମରେନ୍ଦ୍ର ମହାନ୍ତି, ସି.ପି.ଆଇ.(ଏମ୍) ସଂପାଦକ ବଦ୍ରିନାରାୟଣ ଋଣ ଦାଶ ପ୍ରମୁଖଙ୍କୁ ପ୍ରମୁଖଙ୍କୁ ନେଇ ସଭାପତି ମଣ୍ଡଳୀ ଗଠନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧା ବିଧାୟକ ରବି ମଲ୍ଲିକ, ସୁରେଶ ମହାପାତ୍ର, ପାତ୍ର, ସି.ପି.ଆଇ.ର ବିନୋଦ ବେହେରା, ପ୍ରଶନ୍ତି ମହାପାତ୍ର, ସି.ପି.ଆଇ.(ଏମ୍) ବରିଷ୍ଠ ନେତା ରବି ରବିନାରାୟଣ ମଲ୍ଲିକ, ପ୍ରତାପ ମହାପାତ୍ର ଓ ବରିଷ୍ଠ ନେତା କିଶୋର ଜେନା ପ୍ରମୁଖ ନେତୃତ୍ବ ନେଇଥିଲେ ।