କଟକ (ଉତ୍କଳ ନ୍ୟୁଜ ) ୧୫-୦୪-୨୦୨୫ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବିଭିନ୍ନ ସ୍ଥାନରେ ଭଗବାନ ହନୁମାନଜୟନ୍ତୀ ଓ ପବିତ୍ର ପଣା ସଂକ୍ରାନ୍ତି ସମାରୋହରେ ପାଳିତ ହୋଇଯାଇଛି। ସହରର ମଧ୍ୟମ ପଡା, ଅରସିଏମ ଏସ ନିକଟ ହନୁମାନ ମନ୍ଦିର, ମାରୱାଡି ପଡା ରାମସ୍ଵାମୀ ମନ୍ଦିର ଠାରେ ପ୍ରତିସ୍ବରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖି ବାକୁ ମିଳିଥିଲା। ଏହିସବୁ ମନ୍ଦିରରେ ବିଶେଷ ଭାବେ ଭଗବାନ ହନୁମାନଙ୍କ ପୁଜାର୍ଚନା କରାଯାଇଥିଲା। ସ୍ଥାନୀୟ ଲଷ୍ମୀ ସାଗର ପଡା ହନୁମାନ ମନ୍ଦିର ରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।ମନ୍ଦିର କମିଟି ତରଫରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭୋଗ ଅନ୍ନ ବିତରଣ କରଯାଇଥିଲା।ସେହିପରି ବିଭିନ୍ନ ମନ୍ଦିରରେ ମଧ୍ୟ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।ସେହିପରି ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହର ର ମାରୱାଡି ପଡା, ବଡ଼ ପଡା ଛକ, କଳମପୁର ଛକ, ପୁରୁଣା ବଷ୍ଟାଣ୍ଡ ଏବଂ ନୂଆ ବଷ୍ଟାଣ୍ଡ ଏପରି ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ପଣା ବଣ୍ଟନ କରାଯାଇ ପଣା ସଂକ୍ରାନ୍ତି ପାଳନ କରାଯାଇଥିଲା। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l