ହାଉସିଂ ବୋର୍ଡ କଲୋନୀ ସି ଡବ୍ଲୁ ସି କ୍ଲବ ପକ୍ଷ ରୁ ୭୯ ତମ ସ୍ୱାଧୀନତା ଦିବସ ପାଳନ |

67

କଟକ (ଉତ୍କଳ ନ୍ୟୁଜ ) ୧୫-୦୮-୨୦୨୫ : ଆଜି ସାରା ଦେଶ ରେ ୭୯ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ , ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀ ଫେଜ - ୧ ସ୍ଥିତ ସି ଡବ୍ଲୁ ସି କ୍ଲବ ପ୍ରାଙ୍ଗଣ ରେ ସ୍ଥାନୀୟ ବାସୀ ଙ୍କ ଦ୍ୱାରା ସ୍ୱାଧୀନତା ଦିବସ ପାଳନ ହେବା ସହ କ୍ଲବ ର ସଭାପତି ପ୍ରଣବ କୁମାର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ ସଭାପତି କହିଥିଲେ ଆଗାମୀ ଦିନ ରେ ହାଉସିଂ ବୋର୍ଡ ଫେଜ - ୧ ରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯିବା ସହ ସମସ୍ତ ଙ୍କ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ | ଅନ୍ୟମାନଙ୍କ ମଧ୍ୟ ରେ ଅକ୍ଷୟ କୁମାର ଭୂୟାଁ , ରାଜନ ନାମବିୟାର , ଦିବ୍ୟଜ୍ୟୋତି ପାଣି , ବୈଷ୍ଣବ ଚରଣ ପ୍ରଧାନ ଆଦି ତାଙ୍କ ଅଭିଭାଷଣ ରଖିଥିଲେ | ଶେଷ ରେ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

ଏହା ପରେ ସମସ୍ତ ବାସିନ୍ଦା ମାନେ ଜାତୀୟ ପତାକା ସହିତ ସ୍ଲୋଗାନ ଦେଇ କଲୋନୀ ପରିକ୍ରମା କରିଥିଲେ | ଏହି କାର୍ଯ୍ୟକ୍ରମ କୁ ଚନ୍ଦ୍ର ପ୍ରକାଶ ପଟ୍ଟନାୟକ , କମଳ କୁମାର ସ୍ୱାଇଁ , ରାକେଶ ରାଓ , ଚିତ୍ତରଞ୍ଜନ ସାହୁ , ସରୋଜ କୁମାର ମହାନ୍ତି , ମନ୍ତ୍ରୀ , ରମେଶ ସାମଲ , ବନମାଳୀ ସାହୁ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନ କରିଥିଲେ |