ଯୁକ୍ତ ୨ ବିଜ୍ଞାନରେ ତିହିଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା |

153

କଟକ ( ଉତ୍କଳ ନ୍ୟୁଜ ) ୨୦-୦୫-୨୦୨୬ : ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଭଦ୍ରକ ଜିଲ୍ଲା ତିହିଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନରେ ଆଶାତୀତ ସଫଳତା ହାସଲ କରିଛି । ଚଳିତ ବର୍ଷ ଏଠାରେ ବିଜ୍ଞାନରେ ମୋଟ ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ମୋଟ ୧୧୩ ଜଣ କୃତକାର୍ଯ୍ୟ ହୋଇ ଛନ୍ତି । ଏମାନଙ୍କ ମଧ୍ୟରୁ ୮୫ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବିଦ୍ୟାଳୟର ଛାତ୍ରୀ ସସ୍ମିତା ନାୟକ ଓ ବର୍ଷାରାଣୀ ମହାଳିକ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନ୍ଯ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ରୂ ଅଧିକ ନାମ୍ବାର ରଖିଛନ୍ତି । ଏହି ସଫଳତା ନେଇ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ଏଠାରେ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଉଦ୍ୟମ ଫଳରେ ଛାତ୍ରଛାତ୍ରୀ ମାନେ ଏଭଳି ସଫଳତା ଅର୍ଜନ କରିଥିବା ଜଣା ଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।