କଟକ (ଉତ୍କଳ ନ୍ୟୁଜ ) ୧୯-୦୪-୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅବୈତନିକ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଥିବା କର୍ମଚାରୀ ସମାଜସେବୀ ତିହିଡ଼ି ଗ୍ରାମର ଭରତ ଚନ୍ଦ୍ର ନାୟକଙ୍କର ଗୁରୁବାର ସକାଳେ ହୃଦଘାତରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୁ, ନାତି ନାତୁଣୀ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସେ ତିହିଡ଼ି ବ୍ଲକ ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବହୁଦିନ ଧରି ଅବୈତନିକ ଭାବେ କାର୍ଯ୍ୟ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଥିଲେ । ହିତାଧିକାରୀମାନଙ୍କ ସୁବିଧା ଅସୁବିଧା ସମସ୍ୟା କଥା ସେ ବୁଝି ସମାଧାନ କରୁଥିଲେ । ସେ ଜଣେ ମେଳାପି, ଶାନ୍ତ, ଶରଳ, ଧର୍ମପରାୟଣ, ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ସୁପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ବ୍ଲକର ଜନସାଧାରଣଙ୍କ ମ୍ମରେ ଗଭୀର ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ବ୍ଲକ ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ, ଡିଇଓ ଅନିତା ମାହୁନ୍ତ, ନଆରଇଜିଏସ ସହକାରୀ ସୁଧାଂଶୁ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ଡିଲର ସଂଘ ସଭାପତି ରବିନ୍ଦ୍ର ମହାକୁଳ, ସମ୍ପାଦକ କୈଳାସ ବେହେରା, ଜିତେନ୍ଦ୍ର ବେହେରା, ଲକ୍ଷ୍ମୀକାନ୍ତ ନାୟକ, ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, କୈଳାସ ପାତ୍ର, ସମ୍ବାଦିକ ପ୍ରଭାତ କୁମାର ରାଉଳ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ ଓ ତାପସ ବେହେରା, ମଣ୍ଡଳ ସଭାପତି କେଶବ ବେହେରା, ସୀତାକାନ୍ତ ନାୟତ, ରଘୁନାଥ ପାତ୍ର ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କ ମରଶରୀକୁ ଶୋଭାଯାତ୍ରାରେ ପରିକ୍ରମା କରାଯାଇ ବ୍ଲକ କାର୍ଯ୍ୟାଳୟକୁ ନିଆଯାଇଥିଲା । ଶେଷରେ ତାଙ୍କ ବଡ଼ପୁଅ ସତ୍ୟନାରାୟଣ ନାୟକ ମୁଖାଗ୍ନି ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |