କଟକ (ଉତ୍କଳ ନ୍ୟୁଜ ) ୬-୦୮-୨୦୨୫ : ଆଜି ହିନ୍ଦୁ ଜାଗରଣ ମଞ୍ଚ ର ପ୍ରତିନିଧି ଦଳ DGP ଙ୍କ କାର୍ଯ୍ୟାଳୟ ରେ ଅତିରିକ୍ତ DGP ସଞ୍ଜୟ କୁମାର ଙ୍କୁ ଭେଟି ଗତ କିଛି ଦିନ ହେବ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ ରେ କ୍ରମାଗତ ଭାବେ Money laundering ଏବଂ ଧର୍ମାନ୍ତରୀକରଣ ରେ ସଂଶ୍ଳିଷ୍ଟ ଥିବା ଅଭିଯୁକ୍ତ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଲାଗି ADGP କୁ ଦାବି ଉପସ୍ଥାପନ କରାଗଲା ତା ସହିତ ବିଗତ ଦିନ ରେ ବିଭିନ୍ନ ଜିଲ୍ଲା ର ଅଧିକାରୀ ଙ୍କ ଦ୍ଵାରା ଦିଆ ଯାଇଥିବା ଅଭିଯୁକ୍ତ ବିରୋଧ ରେ ରିପୋର୍ଟ କୁ ମଧ୍ୟ ଅଧିକାରୀ ଙ୍କୁ ପ୍ରଦାନ କରାଗଲା। ସମ୍ପୃକ୍ତ ଫାୟାଜ ରହମାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଅନ୍ୟ ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧ ରେ ଯଦି ସଠିକ୍ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ DGP ଙ୍କ କାର୍ଯ୍ୟାଳୟ ଘେରାଉ କରା ଯିବ ବୋଲି ମଧ୍ୟ ହିନ୍ଦୁ ଜାଗରଣ ମଞ୍ଚ ଦ୍ଵାରା ଚେତାବନୀ ଦିଆ ଯାଇଛି | କଟକ ରୁ ଏମ ଡି ଜାଭେଦ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |