କଟକ (ଉତ୍କଳ ନ୍ୟୁଜ ) ୧୧-୦୮-୨୦୨୫ : ଚୌଦ୍ୱାର ଅଂଚଳ ର ସର୍ବପୁରାତନ "ଶ୍ରଦ୍ଧା " ସଂଗଠନ ର ଏକ ସାଧାରଣ ବୈଠକ ରବିବାର ଚୌଦ୍ୱାର କଲା ପ୍ରକାଶିନୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ଶ୍ରଦ୍ଧା ସଂଗଠନ ର ସଭାପତି ପ୍ରତାପ କୁମାର ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ସଂଗଠନ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା | ଶ୍ରଦ୍ଧା ର ଅଫିସ ଗୃହ ର ନବୀକରଣ ସହ , ଶ୍ରଦ୍ଧା ସଂଗଠନର ନୂତନ କର୍ମକର୍ତ୍ତା ର ଚୟନ ପାଇଁ ପ୍ରସ୍ତଗବ ଆସିଥିଲା | ତେବେ ପ୍ରଥମ ପର୍ଯ୍ୟାୟ ରେ ସଭାପତି ଭାବେ ପ୍ରତାପ କୁମାର ଜେନା ପୁନର୍ବାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ , ସାଧାରଣ ସମ୍ପାଦକ ଭାବେ ଯୁବ ନେତା ବିଷ୍ଣୁ ଚରଣ ପରିଡା ଙ୍କୁ ସର୍ବ ସମ୍ମତି କର୍ମେ ଚୟନ କରାଯାଇଥିଲା | ଆସନ୍ତା ରବିବାର ଅନ୍ୟ ଏକ ବୈଠକ କରାଯାଇ , ବୈଠକ ର ସଂଗଠନ ର ସମସ୍ତ କର୍ମକର୍ତ୍ତା ଓ ଉପଦେଷ୍ଟା ମାନଙ୍କୁ ଚୟନ କରାଯିବ ବୋଲି ସ୍ଥିର କରାଯାଇଥିଲା | ଆଗ କୁ ଶ୍ରଦ୍ଧା ସଂଗଠନ ର ଅଫିସ ଗୃହ କୁ ନବୀକରଣ ସହ ବିଭିନ୍ନ ଜନହିତକର କାର୍ଯ୍ୟ ଗୁଡିକୁ କରାଯିବ ବୋଲି ନୂତନ ସମ୍ପାଦକ ବିଷ୍ଣୁ ଚରଣ ପରିଡା ପ୍ରସ୍ତାବ ରଖିଥିଲେ | ଏହି ସଭା କାର୍ଯ୍ୟ ରେ ସଂଗଠନ ର ବରିଷ୍ଠ କର୍ମକର୍ତ୍ତା ଶରତ ଚନ୍ଦ୍ର ସ୍ୱାଇଁ , ପ୍ରଶାନ୍ତ କୁମାର ହୋତା , ହରିହର ବେଉରା , ଶଙ୍କର୍ଷଣ ମହାପାତ୍ର , ବୁଲବୁଲ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ | ସଭା ଶେଷ ରେ ଶ୍ରୀକାନ୍ତ ପାକଳ ଧନ୍ୟବାଦ ଅର୍ପଣ କରିଥିଲେ |