କଟକ (ଉତ୍କଳ ନ୍ୟୁଜ ) ୦୨-୦୪-୨୦୨୫ : ସିପିଆଇ(ଏମ୍)ର ୨୪ତମ ପାର୍ଟି କଂଗ୍ରେସ ଏପ୍ରିଲ ଦୁଇ ତାରିଖରୁ ଏପ୍ରିଲ ଛଅ ତାରିଖ ଦିନ ପର୍ଯ୍ୟନ୍ତ ତାମିଲନାଡୁର ମାଦୁରାଇ ଠାରେ ଅନୁଷ୍ଠିତ ହେବା ଅବସରରେ ଭଦ୍ରକ ଜିଲ୍ଲା କମିଟି ତରଫରୁ ଲାଲ ପତାକା ଉତ୍ତୋଳନ ବସ ଷ୍ଟାଣ୍ଡ ରେ ଉତ୍ତୋଳନ କରାଯାଇଛି । ସାଥୀ ରାଧା ଦାସ ପତାକା ଉତ୍ତୋଳନ କରିଥିବା ବେଳେ ଜିଲ୍ଳା ସମ୍ପାଦକ ଦିବ୍ୟ ସିଂହ ନାୟକଙ୍କ ସଭପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ସେଥିରେ ଶତାଧିକ ପାର୍ଟି ସାଥୀ ସମର୍ଥକ ମାନେ ଯୋଗ ଦେଇଥିଲେ । ସାଥୀ ଚନ୍ଦ୍ର ଶେଖର ନାୟକ, ପ୍ରଫୁଲ୍ଲ ପାଢ଼ୀ, ସୁରଜିତା ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଳେ । ଅନ୍ୟମାନଙ୍କ ମଧ୍ୟରେ ସାଥୀ କାଳନ୍ଦୀ ପାତ୍ର, ଅଭିନ୍ନ ଚନ୍ଦ୍ର ରାୟ, ନବ ବେହେରା, ସେକ୍ କମର, ସେକ୍ ଅବ୍ଦଲ, ଗିରିଧାରୀ ନାଥ, ପ୍ରଭାତୀ ଜେନା, ପ୍ରଭାତୀ ନାୟକ, ବିନୋଦ ସାହୁ, ଡ. ପ୍ରହଲ୍ଲାଦ ପତି ସେମାନେ ପାର୍ଟି ପ୍ରତିଷ୍ଠା ଦିନରୁ ଆଜାଦି ଆନ୍ଦୋଳନରେ ଯୋଗ ଦେଇଥିଲେ । ପାର୍ଟିର ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ବ୍ରାଞ୍ଚ ସ୍ତରରୁ, ଆଞ୍ଚଳିକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ । ପରେ କେନ୍ଦ୍ର ସ୍ତରୀୟ ସମ୍ମିଳନୀ ଅର୍ଥ ପାର୍ଟି କଂଗ୍ରେସ ଅନୁଷ୍ଟିତ ହେଉଛି ମଦୁରାଇ ଠାରେ । ଦେଶରେ ଡବଲ ଇଞ୍ଜିନ ସରକାର୍ ର ଦେଶ ବିରୋଧୀ, ଜନ ବିରୋଧି ନୀତି ନେଇ ଦରଦାମ୍ ବୃଦ୍ଧି କରୁଛି, ବେକାରୀଙ୍କୁ ନିଯୁକ୍ତି ନାହିଁ, ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକରେ କର୍ପୋରେଟ ପୁଞ୍ଜି ବିନିଯୋଗ କରି ଆଦାନୀ ଓ ଅମ୍ବାନୀଙ୍କ ପୁଞ୍ଜି ବଢ଼ୁଛି, ଶ୍ରମିକ, କୃଷକ ଓ କୃଷିଶ୍ରମିକ ମାନଂକ ହାତରେ କାମ ନାହିଁ । ଦେଶର ମହାନ୍ ମଣିଷ ଜାତିର ଜନକ ମହାତ୍ମା ଗାନ୍ଧୀ ହତ୍ୟା କରିଥିବା ବଂଶଧର ମାନେ ଶାସନ କାଳରେ ଆମ ଦେଶର ସ୍ୱାଧୀନତା, ସଂସଦ, ସମ୍ବିଧାନ ଆଜି ମହା ବିପଦରେ । ଏହା ବିରୋଧରେ ବାମଗଣତନ୍ତ୍ରୀକ ଓ ଧର୍ମ ନିରେକ୍ଷଶକ୍ତିକୁ ଏକଜୁଟ କରାଇବାର ନିଷ୍ପତ୍ତି ନିଆଯିବ । ବିଶ୍ୱ ପରିସ୍ଥିତିକୁ ବିଚାର କରି ରାଜନୈତିକ ରଣ ନୀତି ସ୍ତିର କରାଯିବ ଓ ନୂତନ ନେତୃତ୍ୱ ନିର୍ବାଚିତ କରାଯିବ ଡବଲ ଇଞ୍ଜିନ ସରକାର୍ ଆଣିଥିବା ନୂତନ ଚାରୋଟି ଶ୍ରମକୋଡକୁ ପ୍ରତିବାଦ କରିବା ପାଇଁ ଆସନ୍ତା ମେ ମାସ୨୦ତାରିଖରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |