ଶ୍ୟାମସୁନ୍ଦରପୁର ସରପଞ୍ଚ ପବିତ୍ର ଦାସଙ୍କ ପରଲୋକ |

60

କଟକ (ଉତ୍କଳ ନ୍ୟୁଜ ) ୫-୦୮-୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଯୁବ ସରପଞ୍ଚ ପବିତ୍ର ମୋହନ ମଳିକ (୩୬)ଙ୍କର କଟକସ୍ଥିତ ଘରୋଇ ହାସ୍‌ପିଟାଲରେ ପରଲୋକ ହୋଇଯଇଛି । ସେ ଗତ କିଛିଦିନ ଧରି କିଡ୍‌ନୀ ଏବଂ ଲିଭର ଜନିତ ରୋଗରେ ଚିକିତ୍ସିତ ହେଉଥିଲେ । ସରପଞ୍ଚ ସ୍ୱର୍ଗତ ମଳିକ ଜଣେ ଯୁବ ସମାଜସେବୀ ଓ ପରୋପକାରୀ ମଣିଷ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ସରପଞ୍ଚ ଭାବେ ନିର୍ବାଚିତ ହୋଇ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ସୁନାମ ଅର୍ଜନ କରିପାରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମରଦେହକୁ କଟକରୁ ନିଜ ଗ୍ରାମ ଈଶ୍ୱରପୁରକୁ ଅଣାଯିବା ପରେ ଏକ ଶୋଭାଯାତ୍ରାରେ ପଞ୍ଚାୟତ କାର୍ଯ୍ୟାଳୟକୁ ନିଆଯିବା ସହ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇ ଆନ୍ତ୍ୟେଷ୍ଠି କ୍ରିୟା ସମାପନ କରାଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ୨ସନ୍ତାନ ଓ ପରିବାର ଲୋକ ଉପସ୍ଥିତ ଥିଲେ । ତାଙ୍କ ପୁତୁରା ସାଇ ଚରଣ ମଳିକ ମୁଖାଗ୍ନି େଇଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଭାଟପଡ଼ା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ବିଜେପି ମଣ୍ଡଳ ସଭାପତି ସାଇଶରଣ ବେହେରା, ସମାଜସେବୀ ଶରତ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ରାଉତ, ସୁରେନ୍ଦ୍ର ନାୟକ, ଅଶୋକ ଦାସ, କମଳାକାନ୍ତ ଦାସ, ସଂଦୀପ ଦାସ, ବୈଲୋଚନ ବାରିକ, ରଘୁନାଥ ମଳିକ, ପ୍ରଫୁଲ୍ଲ ଦାସ ଭୀମସେନ ପ୍ରଧାନ, ଭୀମସେନ ବାରିକ, ବିଚିତ୍ର ମଳିକ, ପାର୍ଥାସରଥୀ ଦାସ, ଯଶୋବନ୍ତ ମଳିକ, ଚରଣ ମଳିକ, ଜ୍ଞାନଜ୍ୟୋତି ଦାସ, ଶେଷଦେବ ମଳିକ, ମୂରଲୀ ମଳିକ ପ୍ରମୁଖଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ôଚ ଶେଷଦର୍ଶନ କରିବା ସହ ଶବାଧାରରେ ଯୋଗ ଦେଇଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ରବିବାର ଅପରାହ୍ନରେ ସରପଞ୍ଚ ସ୍ୱର୍ଗତ ମଳିକଙ୍କ ବାସଭବନରେ ପହଂଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଧାମନଗର ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଡାକ୍ତର ସଂଜୟ ଦାସ, ଜିଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେପି ନେତା ରଘୁନାଥ ପାତ୍ର, ପ୍ରମୋଦ କୁମାର ଦାସ, ଦେବେନ୍ଦ୍ର ପୁହାଣ, ଉଷାକାନ୍ତ ନାୟକ, ସରୋଜ କୁମାର ନାୟକ, ଭରତ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |