କଟକ (ଉତ୍କଳ ନ୍ୟୁଜ ) ୮-୦୮-୨୦୨୫ : ଚଳିତ ବର୍ଷ କିଭଳି ଆଠଗଡ ଅଞ୍ଚଳ ରେ ଗଣେଷ ପୂଜା ସହିତ ଭଷାଣ ଉତ୍ସବ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେ ନେଇ ପ୍ରଶାସନ ପକ୍ଷରୁ ଆଠଗଡ ଉପଜିଲ୍ଲାପାଳ ଙ୍କ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ଆଠଗଡ ର ଉପଜିଲ୍ଲାପାଳ ଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଆଠଗଡ ଥାନା ଅଧିକାରୀ ଙ୍କ ଉପସ୍ଥିତିରେ କୋଡିଏ ଟି କ୍ଲବ ର ସଭାପତି, ସମ୍ପାଦକ ଯୋଗଦେଇଥିଲେ | ଚଳିତ ବର୍ଷ କୌଣସି ପୂଜା ମଣ୍ଡପ ରେ ଗଣେଶ ଙ୍କର ବିକୃତ ମୂର୍ତ୍ତି ନକରିବା, ଡିଜେ ସାଉଣ୍ଡ କୁ ସମ୍ପୂର୍ଣ ବ୍ୟାନ କରାଯିବା ସହ ରାତି ୧୦ ଟା ସୁଦ୍ଧା ସମସ୍ତ ମୂର୍ତ୍ତି ବିସର୍ଜନ କରିବା ପାଇଁ ନିଷ୍ପତି କରାଗଲା | ଆଠଗଡ ରୁ ଶ୍ରୀଧର ସେଠି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |