କେଶବଧାମରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ |

32

କଟକ ( ଉତ୍କଳ ନ୍ୟୁଜ ) ୨୧-୦୨-୨୦୨୬ : କଟକସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିର କେଶବଧାମଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ବିଦ୍ୟାଳୟର କୋଷାଧ୍ୟକ୍ଷା ସୁଶ୍ରୀ ଇନ୍ଦୁମତୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ, ପ୍ରଫେସର ବୈଷ୍ଣବ ଚରଣ ସାମଲ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାରସ୍ଵତ ସାଧକ ଯୋଗ ଦେଇ ଭାରତୀୟ ପ୍ରାଚୀନ ଭାଷା, ସଂସ୍କୃତି,ଐତିହ୍ୟ ଓ ତା ର ଗୌରବମୟ ଇତିହାସ, ଉନ୍ନତ ଓଡିଆ ଭାଷା ସାହିତ୍ୟର ପ୍ରାଚୀନତା, ଅବକ୍ଷୟ ଓ ପୁନରୁଦ୍ଧାର ସହିତ ଆମ୍ଭମାନଙ୍କର କର୍ତ୍ତବ୍ୟ ସଂପର୍କରେ ଅବଗତ କରାଇଥିଲେ। ଏଥିରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଇତିହାସ ବିଭାଗର ଅଧ୍ୟାପକ ବିଜୟ କୁମାର ପାତ୍ର ମଧ୍ୟ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ପ୍ରକଳ୍ପ ପ୍ରମୁଖ ସନ୍ତୋଷ କୁମାର ପଣ୍ଡା ଉପସ୍ଥିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଶୈଷିକ ପ୍ରମୁଖ ମନମୋହନ ସାମଲ ଦିବସର ଉଦ୍ଦେଶ୍ୟ କଥନ ସଂପର୍କରେ ଅବଗତ କରାଇଥିଲେ।ମାତୃଭାଷା ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପକ ତପନ କୁମାର ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସର୍ବଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ପରିବେଷଣ ହୋଇଥିଲା।ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟା ଓ ଶିଶୁ ଭାଇ ଭଉଣୀମାନଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇ ପାରିଥିଲା।