ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ୧୩ ତମ ବିଶାଳ ଚୌଦ୍ବାର ଗଣଦୌଡ ଓ ବାର୍ଷିକ ଉତ୍ସବ |

73

କଟକ (ଉତ୍କଳ ନ୍ୟୁଜ ) ୧୪-୦୧-୨୦୨୬ : ଜାତୀୟ ଯୁବ ଦିବସ ଓ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଟାଙ୍ଗୀ ଚୌଦ୍ବାର ଅଂଚଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ତରଫ ରୁ ୧୩ ତମ ବିଶାଳ ଚୌଦ୍ବାର ଗଣଦୌଡ ଓ ଅନୁଷ୍ଠାନ ର ୧୩ ତମ ବାର୍ଷିକ ଉତ୍ସବ ଓ ଟି ଏମ କଲୋନୀ ସ୍ଥିତ ଗୋପବନ୍ଧୁ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଗଣଦୌଡ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଚୌଦ୍ବାର ଥାନା ର sub inspector ଦେବାଶିଷ ମାଝୀ, ସମ୍ମାନୀୟ ଅତିଥି ଭାବେ ସାଇ ଆରପୀ ଏଣ୍ଟରପ୍ରାଇଜେସ ର ଚେୟାରମେନ ରାଜମୂର୍ତ୍ତି ପଣ୍ଡା ଯୋଗଦେଇଥିଲେ, ଅନୁଷ୍ଠାନ ର ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ ଓ ସମ୍ପାଦକ ଅଶ୍ଵିନୀ କୁମାର ଜେନା ତତ୍ତ୍ଵାବଧନରେ ଗଣଦୌଡ ଟି ଗୋପବନ୍ଧୁ ଖେଳ ପଡିଆ ଠାରୁ ଆରମ୍ଭ ହୋଇ ଓ ଟି ଏମ ବଜାର,ଗାନ୍ଧୀ ଛକ, କଳିଙ୍ଗ ଛକ,ବିରାଟ ବଜାର, ଆଗ୍ରାହାଟ , ନୂଆ ଗାଁ,ବାଟ ବୁଢ଼ୀ ମନ୍ଦିର,୧୨ ନମ୍ବର ୱାର୍ଡ ଦେଇ ଗୋପବନ୍ଧୁ ଖେଳ ପଡିଆ ଠାରେ ଶେଷ ହୋଇଥିଲା, ନିମନ୍ତ୍ରିତ ଅତିଥି ଭାବେ ୧୨ ନମ୍ବର ପାରିଷଦ ସୁବ୍ରତ କୁମାର ସାମଲ,ସମାଜସେବୀ ସହଦେବ ବରାଳ,୧୩ ନମ୍ବର ୱାର୍ଡ ର ପାରିଷଦ ସୁଜାତା ସାହୁ, ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ପଟ୍ଟନାୟକ,ପ୍ରମୁଖ ଉପସ୍ଥିତ ଥିଲେ, ଗଣଦୌଡ ବରିଷ୍ଠ ବାଳକ ବିଭାଗ ରେ ଦିବ୍ୟ ରଞ୍ଜନ ଦାସ, ମହେନ୍ଦ୍ର ତିରିଆ, ବିଶ୍ବ ରଞ୍ଜନ ସାହୁ ପ୍ରମୁଖ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ହାସଲ କରିଥିଲେ,କନିଷ୍ଠ ବାଳକ ବିଭାଗ ରେ ଜୟ ଗୁରୁ ଲେୟଙ୍ଗା, ସୌମ୍ୟ ରଞ୍ଜନ ସାମଲ, ଏସ୍କ ଫାରହନ ପ୍ରମୁଖ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ହାସଲ କରିଥିଲେ,ବାଳିକା ବିଭାଗ ରେ ଶୁଭଶ୍ରୀ ନାୟକ,ମାମିନା ମୂର୍ମୁ,ତମଶିଳା ଖା ତୁନ ପ୍ରମୂଖ ପ୍ରଥମ୍ ଦ୍ଵିତୀୟ ତୃତୀୟ ସ୍ଥାନ ହାସଲ କରିଥିଲେ,ଏହି ଅବସରରେ ରେ ଦିନ ତମାମ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, କୁଇଜ୍, ବକ୍ତୃତା ଓ ପାରମ୍ପରିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲ, ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସିନିୟର୍ ଆଡଭୋକେଟ,ଓଡ଼ିଶା ହାଇକୋର୍ଟ ଶ୍ରୀ ଯୁକ୍ତ ସର୍ବେଶ୍ଵର ବେହେରା,ମୁଖ୍ୟ ବକ୍ତା ଭାବେ ବାବାଜୀ ବିଶ୍ଵନାଥ ଦାସ, ସମ୍ମାନୀୟ l ଅତିଥି ଭାବେ ସ୍ଥାନୀୟ ୧୧ ନମ୍ବର ୱାର୍ଡ ର ପାରିଷଦ ବିନୋଦିନୀ ରାଉତରାୟ ଯୋଗଦେଇ ବିବେକାନନ୍ଦ ଙ୍କ ମାର୍ଗ କୁ ଉପସ୍ଥାପନ କରିଥିଲେ,ଓ ଶେଷରେ ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ,ସିନିୟର୍ ବକ୍ତୃତା ବିଭାଗ kshyamarani ପଣ୍ଡା,ସାଇ ସୁଭ୍ରା ସ୍ବାଇଁ,ସାଇ ଜ୍ୟୋତି ସୁବୁଧି ରାୟ , କନିଷ୍ଠ ବକ୍ତୃତା ବିଭାଗ ରେ ଆନନ୍ଦିତl ମହାରଥୀ,ଅଙ୍କିତା ପାଢ଼ୀ,ଲାଡଲି ମହାପାତ୍ର,ଚିତ୍ରାଙ୍କନ ସିନିୟର୍ ରେ ସୋମ୍ୟାନ୍ସୁ ରାଉତରାୟ, ପ୍ରୀୟଂଶି ବେହେରା,ପଲକ୍ ପ୍ରତ୍ୟୁଷା ପରିଡ଼ା,ଜୁନିୟର ଚିତ୍ରାଙ୍କନ ରେ ଅଙ୍କକ୍ଷା ବିଶ୍ଵାଳ,ସୁହସିନି ମହାପାତ୍ର,ସଚିନ ସାଗର, କୁଇଜ୍ ସିନିୟର୍ ବିଭାଗ ଆୟଙ୍କ ଆର୍ଯ୍ୟାନ୍, କ୍ଷମା ରାଣୀ ପଣ୍ଡା, ସ୍ୱାଗତିକା ପ୍ରିୟଦର୍ଶିନି ଦାସ, ଜୁନିଅର ଅଙ୍କିତା ପଣ୍ଡା, ଅର୍ମନ୍ ମିଶ୍ର,ପରି ପାଣ୍ଡେ,ସିନିୟର୍ ନୃତ୍ୟ ବିଭାଗ ରେ ଜାଗୃତି ସୁବୁଦ୍ଧିରାୟ, କୃଷ୍ଣ ପ୍ରିୟା ପ୍ରଧାନ,ସୋନାଲ ନାୟକ, ଜୁନିୟର ନୃତ୍ୟ ରେ ନିତାରା ଦାସ, ପ୍ରତ୍ୟୁଷା ପ୍ରଧାନ,ଇସ୍ପାତ।

ନାୟକ ଗ୍ରୁପ୍ ନୃତ୍ୟ ରେ ସେଣ୍ଟ ଜାଭିୟର ହାଇସ୍କୁଲ , ଗାନ୍ଧୀ ଛକ ,ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିର ,the BIPF ପ୍ରମୁଖ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ,ସମସ୍ତ କାର୍ଯ୍ୟକ୍ରମ ରେ ମୋଟ ୭୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ବୋଲି ବରିଷ୍ଠ ସଦସ୍ୟ ଶ୍ରୀକାନ୍ତ ପାକଳ ପ୍ରକାଶ କରିଛନ୍ତି,ସମସ୍ତ କାର୍ଯ୍ୟ କ୍ରମ ରେ ଉପ ସଭାପତି ମାନସ ରଂଜନ ଖୁଣ୍ଟିଆ,ବରିଷ୍ଠ ସଦସ୍ୟ ସୁରେଶ ରାଉତରାୟ,ଭୀମସେନ ବିଶ୍ଵାଳ,ସୁଜିତ୍ ଦାସ, ଭାସ୍କର ପ୍ରସାଦ ମହାପାତ୍ର, କାହ୍ନୁ ଚରଣ ଜେନା, ଅନ୍ତର୍ଯ୍ୟାମୀ ସାହୁ,ରାକେଶ ପଣ୍ଡା,ଟୁକୁ ପ୍ରଧାନ, ରାଜକିଶୋର ସାମନ୍ତ, ଚନ୍ଦ୍ର ଶେଖର ଦାସ, ନୃସିଂହ ଆଚାର୍ଯ୍ୟ, ପ୍ରଭାନନ୍ଦ ସାହୁ, ଜନ୍ମେଜୟ ସାହୁ, ମୁର୍ତୁଞ୍ଜୟ ମହାରଣା,ଅପ୍ରମିତ ଜେନା,ହରିହର ବେଉରା,ଶିଶିର ସାହୁ, ପ୍ରସନ୍ନ କୁମାର ସାହୁ,ସାରଦା ମହାନ୍ତି,ରଞ୍ଜିତ କର,ତପନ ରାଉତ,ଚନ୍ଦନ ରାଉତରାୟ ପ୍ରମୁଖ ସମସ୍ତ ସଦସ୍ୟ ଓ ଚୌଦ୍ବାର ପୋଲିସ ଉପସ୍ଥିତ ରହି ସହଯୋଗ କରିଥିଲେ |