ପୂର୍ତ୍ତ ବିଭାଗ ବାହାର କରିଥିବା ଟେଣ୍ଡର କୁ ପୁଣି କୋଦଳା ଏନଏସି ବାହାର କଲା | କୋଦଳା ଏନଏସି ରେ ଲୁଟି ଖାଇବାର ନୂଆ ପ୍ରୟାସ !!
କୋଦଳା ଏନଏସି ରେ ଲୁଟି ଖାଇବାର ନୂଆ ପ୍ରୟାସ କୋଦଳା -ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦିନକୁ ଦିନ ବଢ଼ିଚାଲିଛି ମହା ଦୁର୍ନୀତି ତଥାପି ଜିଲ୍ଲା ପ୍ରଶାସନ ନିରବ କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି!ଆମେ କହୁଚୁ ଏହି କୋଦଳା ଏନଏସି କାର୍ଯ୍ୟାଳୟ କଥା ଯାହା ର ଦୁର୍ନୀତି ଏବେ ଚରମ ସୀମାରେ ପହଂଚି ସାରିଲାଣି।କିଛି ମାସ ତଳେ ପୂର୍ତ୍ତବିଭାଗ ତରଫରୁ ତହସିଲ କ୍ୱାଟର ପରିସରରେ ଫେବର ପକାଇବା ପାଇଁ ଚାରିଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିବା ନେଇ ଶୁଣିବାକୁ ମିଳୁଛି କିନ୍ତୁ ସେଇ କାମ ବର୍ତମାନ ସୁଦ୍ଧା ହୋଇନଥିବା ବେଳେ ବର୍ତମାନ ସେଇକମକୁ କୋଦଳା ଏନଏସି ତରଫରୁ ଚିଠି ନମ୍ବର ୩୪୦୫/୨୬.୧୨.୨୦୨୫ରିଖରେ ଟେଣ୍ଡର ବାହାର କରିଛନ୍ତି ଯାହାର ମୂଲ୍ୟ ୭,୮୧,୩୭୦ଟଙ୍କା ଯାହାକି ୧୮.୧୨.୨୦୨୫ରେ ସାର୍ବଜନୀନ ହୋଇଥିଲା ।ଏହାର ଶେଷ ତାରିଖ ୨୬.୧୨.୨୦୨୫ପର୍ଯ୍ୟନ୍ତ ଅଛି ଏହାକୁ ୨୯.୧୨.୨୦୨୫ଦିନ ୧୧ଘଂଟିକା ସମୟରେ ଓପେନ କରିବା ଧାର୍ଯ୍ୟ କରାଯାଇଛି।ହେଲେ ଏଠି ପ୍ରଶ୍ନ ଉଠୁଛି କେମିତି ପୂର୍ତ୍ତ ବିଭାଗ ବାହାର କରିଥିବା ଟେଣ୍ଡର କୁ କୋଦଳା ଏନଏସି ବାହାର କଲା ତା ସହିତ ଯୋଉ ଟେଣ୍ଡର ଟି ବାହାର କରିଛନ୍ତି ପୂର୍ତ୍ତ ବିଭାଗ ସେଇ ଜାଗାକୁ ଏନଏସି କୁ ହସ୍ତାନ୍ତର କରିଛନ୍ତି କି ବୋଲି ବୁଦ୍ଧିଯିବି ମହଲ ରେ ଚର୍ଚ୍ଚା ହେଉଛି,ନା ଲୁଟି ଖାଇବାପାଇଁ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ,କାର୍ଯ୍ୟ ନିର୍ବାହି ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ,ଓ ଯେଇ ଏହିପରି ମହା ଘୋଟଲା କରିଛନ୍ତି?ଏହି ଏନଏସି ରେ ଏମିତି ଗୋଟିଏ କାମ ନୁହଁ ଶତାଧିକ କାମରେ ଘୋଟଲା ଓ ଟେଣ୍ଡର ଫିକ୍କ୍ସଙ୍ଗ କରି କୋଟି କୋଟି ଟଙ୍କା ଲୁଟି ସାରିଲେଣି।

ପ୍ରତ୍ୟେକ ଦିନ ଏହି ଏନଏସି ର ଦୁର୍ନୀତି ଉପରେ ବିଭିନ୍ନ ଗଣମାଧ୍ୟ୍ୟମ ରେ ଖବର ପ୍ରସାରଣ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ କାହିଁକି ନିରବ ତାକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।ଗତ ୨୮ ତାରିଖ ରେ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ବେଳେ ଗତ ୨୯ ତାରିଖ ରେ ଜଣେ କାଉସିଲର ତଥା ସାମ୍ବାଦିକ ଭଗବାନ ପାଢ଼ୀ ଙ୍କୁ ଏନଏସି ପରିସରରେ ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନିର୍ଦେଶ ରେ ମାଡ ମାରି ସିସିଟିଭି ଫୁଟେଜ କୁ ଗାୟବ କରିଦେଇଥିଲେ ମଧ୍ୟ ଆଜକୁ ୨୫ ଦିନ ବିତିଯାଇଥିଲେ ମଧ୍ୟ ଏନଏସି କାର୍ଯ୍ୟାଳୟ ରେ ବର୍ତମାନ ସୁଦ୍ଧା ଶିଶିଟିଭି ଲାଗିନାହିଁ!ଦେଖାଯାଉ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ହେଉଛି ଲୋକଙ୍କ ସରକାର ବୋଲି ଯୋଉ ଡିଣ୍ଡିମ ପିଟୁଛନ୍ତି ଏବଂ ଦୁର୍ନୀତି କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହୁଛନ୍ତି ତାହା କେତେଦୂରୁ କାର୍ଯକାରୀ ହେଉଛି ତାହା ଦେଖିବାକୁ ବାକିରହିଲା। ଗଂଜାମ ରୁ ଭଗବାନ ପଢି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |