କଟକ (ଉତ୍କଳ ନ୍ୟୁଜ ) ୫-୧୧-୨୦୨୫ : ପବିତ୍ର କାର୍ତ୍ତିକ ପୂର୍ଣମୀ ରେ ଚୌଦ୍ୱାର ର ଅଗ୍ରଣୀ ସାମାଜିକ ସଂଗଠନ ଉଦ୍ଧାର ଫାଉଣ୍ଡେସନ ସଂଗଠନ ପରିଚାଳନା ରେ ଓଡିଶା ର କଟକ ଜିଲ୍ଲା ଚୌଦ୍ୱାର ପୌରାଞ୍ଚଳ ର ସର୍ବ ପ୍ରଥମ ନିଶା ସେବନକାରୀ ନାବାଳକ ଙ୍କ ପାଈଁ ସମ୍ପୂର୍ଣ ଦେୟମୁକ୍ତ ସେବା ସଂସ୍ଥା ପରିବର୍ତ୍ତନ କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର ର କୁନିକୁନି ନାବାଳକ ଅନ୍ତେବାସୀ ମାନେ ପବିତ୍ର କାର୍ତ୍ତିକ ପୂର୍ଣମୀ ରେ ଆମ ସଂକୃତି ଓ ପରମ୍ପରା କୁ ପୁଣି ଉଜ୍ଜୀବିତ କରିବା ସହ ପୌରାଣିକ ଶିକ୍ଷା ଗ୍ରହଣ ର ଏହା ଏକମାତ୍ର ପ୍ରୟାସ l ଆଜି କୁ କିଛି ଦିନ ହେବ ଉଦ୍ଧାର ଫାଉଣ୍ଡେସନ ର ଟ୍ରଷ୍ଟି ମୁଖ୍ୟ ଭାରତୀ ଦାସ ଙ୍କ ମୁଖ୍ୟ ତତ୍ୱାବଧାନ ରେ ଅନ୍ତେବାସୀ ଶିବମ ବେହେରା, ସୁନୀଲ ମୁର୍ମୁ, ଶିବ ସିଂ, ସତ୍ୟପ୍ରକାଶ ସାହୁ ଓ ଜଗନ୍ନାଥ ଗୁୟା ଏକ ଡ଼ଙ୍ଗା ପ୍ରସ୍ତୁତ କରିଥିଲେ l ଆଜି କାର୍ତ୍ତିକ ପୂର୍ଣମୀ ର ସକାଳ ୭ ଟା ରୁ ସମସ୍ତ ଅନ୍ତେବାସୀ ବଡ଼ ଡ଼ଙ୍ଗା ଟି କୁ ସାଥିରେ ଭଜନ କୀର୍ତନ ଓ ସଂଗୀତ ରେ ନୃତ୍ୟ କରି ବାଣ ଫୁଟାଇ ବିରୂପା ନଦୀ ଆଡ଼କୁ ନେଇକି ଯାଇଥିଲେ l ବିରୂପା ନଦୀ କୂଳ ରେ ପଂହଁଚି ସମସ୍ତ କର୍ମକର୍ତା ଡ଼ଙ୍ଗା କୁ ପାନ, ଗୁଆ, ଦୀପ ଓ ଧୂପ ଦେଇ ପୂଜା କରିଥିଲେ l ସମସ୍ତ ଅନ୍ତେବାସୀ ମିଶି ସୁରକ୍ଷା ମଧ୍ୟରେ ନଦୀ ରେ ହାତ ତିଆରି ବଡ଼ ଡ଼ଙ୍ଗା ଟି କୁ ଭସାଇଲେ l ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ରେ ପରିବର୍ତ୍ତନ କେନ୍ଦ୍ର ର ଅଧିକାରୀ ପ୍ରିୟଙ୍କା ଦାସ, ମୁଖ୍ୟ ସେବକ ସୁବ୍ରତ ଖଟୁଆ ଓ ସୁନୀଲ ମୁର୍ମୁ ସହଯୋଗ ରେ ଶାନ୍ତି ଶୃଙ୍ଖଳା ରେ ଡ଼ଙ୍ଗା ଭସା ହୋଇଥିଲା l