ଚୌଦ୍ୱାର ବିଜେପି ପକ୍ଷ ରୁ ନୂଆପଡା ଉପନିର୍ବାଚନ ଏବଂ ବିହାର ର ବିଜୟ କୁ ନେଇ ଉତ୍ସବ ପାଳନ |

491

କଟକ (ଉତ୍କଳ ନ୍ୟୁଜ ) ୧୪-୧୧-୨୦୨୫ : ନୂଆପଡା ଉପନିର୍ବାଚନ ଏବଂ ବିହାର ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ର ବିପୁଳ ବିଜୟ ପାଇଁ ଭାଜପା ଚୌଦ୍ୱାର ଏବଂ ଇନ୍ଦ୍ରାଣୀ ପାଟଣା ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ମମତା ବେହେରା ଙ୍କ ନେତୃତ୍ୱ ରେ ଚୌଦ୍ୱାର ବିଜୁ ପଟ୍ଟନାୟକ ମାର୍କେଟ କଂପ୍ଲେକ୍ସ ପରିସରରେ ଏକ ବିଜୟ ଉତ୍ସବ ପାଳନ କରାଯାଇଥିଲା |

ଅନ୍ୟମାନଙ୍କ ମଧ୍ୟ ରେ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ହୋତା , ଜିଲ୍ଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନ , ପାରିଷଦ ଇଂ ସୁଜାତା ସାହୁ , ପୂର୍ବତନ ମଣ୍ଡଳ ସଭାପତି ଅଜିତ କୁମାର ସୁବୁଦ୍ଧିରାୟ , ରମେଶ ଚନ୍ଦ୍ର ନାୟକ , ଚିନ୍ମୟ ବେହେରା , ପ୍ରଶାନ୍ତ କୁମାର ବିଶ୍ୱାଳ , ପ୍ରକାଶ ଚନ୍ଦ୍ର ବଡ଼ଜେନା , ଭାବଗ୍ରାହୀ ପଟ୍ଟନାୟକ , ଇନ୍ଦ୍ରାଣୀପାଟଣା ମଣ୍ଡଳ ସଭାପତି ଦାମୋଦର ନାୟକ , ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ସାହୁ , କ୍ରିଷ୍ଣା ରାଓ , ସୁମିତ୍ରା ସାହୁ , ଅନିତା ନାୟକ , କୈଳାଶ ବଗି , ପବିତ୍ର ବଳ , ରଘୁନାଥ ନାୟକ , ଧନେଶ୍ୱର ନାୟକ , ଅମୁଲ୍ୟ ଦାସ , ରାଜେନ୍ଦ୍ର ବିଶ୍ୱାଳ , ପ୍ରମୁଖ ଯୋଗଦାନ କରିଥିଲେ |