ରାଜଗାଙ୍ଗପୁର,(ଉତ୍କଳ ନ୍ୟୁଜ), ୧୯/୭/୨୦୨୫/ଶନିବାର ରାଜଗାଙ୍ଗପୁର ର ମଧ୍ୟ ଭାଗ ରେ ଥିବା ୱାର୍ଡ ନମ୍ବର (୧)ର ପୁରାତନ ପୋଖରୀ କୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ରେ ରହିଛି | ଗତ ୭ ମାସହେବ ପୋଖରୀ କାମ ଚାଲିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଧା ପନ୍ତରୀୟ ରହିଛି | ଖବର ମୁତାବକ ପୋଖରୀଟି "ମୋ ପୋଖରୀ" ଯୋଜନାରେ କେନ୍ଦ୍ର ସରକାର ୫୩.୦୦.୦୦୦ ଲକ୍ଷ୍ୟ ମଞ୍ଜୁରୀ ହୋଇଥିବା ବେଳେ ପୁଣି କଣ ପାଇଁ ମାର୍ଚ୍ଚ ମାସ ରେ ୧୨ ଲକ୍ଷ ଓ ମଇ ମାସରେ ୧୮.୬୫ 000 ଟଙ୍କା ର ବର୍ଷା ମାସରେ ଟେଣ୍ଡର କରାଯାଇଛି ,ତାହା ସହରରେ ବୁଦ୍ଧି ଯିବିଙ୍କ ମନରେ ଉଙ୍କି ମାରୁଥିବା ଚର୍ଚ୍ଚା ହେଉଛି | ଯୋଜନା ଅନୁଯାୟୀ ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟ କାରଣ କାର୍ଯ୍ୟ ଚାଲିଛି | ବର୍ତ୍ତମାନ ସୁଦ୍ଧା ୧୮.୦୦.୦୦୦ ଲକ୍ଷ ଖର୍ଚ୍ଚ ହେଇଛି ଯାହାକି ବର୍ତ୍ତମାନ ପୋଖରୀକୁ ଦେଖି ଅନୁମାନ କରାଯାଉଛି ,୩୫%ପ୍ରତିଶତ କାମ ହେଇଥିବା ଜଣାପଡୁଛି ସମ୍ପୂର୍ଣ ହେବାରେ ବିଳମ୍ବ ହେଉଛି ଯାହାକୁ ନେଇ ବାଦ ବିବାଦ ର କାରଣ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ଶହ ଫେସବୁକ ଓ୍ଵାଟ୍ସଅପ ରେ ମଧ୍ୟ ଚେଟିଙ୍ଗ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ପୂର୍ବତନ କାଉନସିଲର ପ୍ରେମ ପ୍ରସାଦ ସାମ୍ନାକୁ ଆସି କହିଛନ୍ତି |