କଟକ (ଉତ୍କଳ ନ୍ୟୁଜ ) ୧୩-୦୧-୨୦୨୬ : ଉତ୍କଳ ଯୁବ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଦେଉଳା ର ଜଗନ୍ନାଥ କ୍ରିକେଟ ଟିମ ବୁଧୁପୁରର ଇଲେଭେନ ଷ୍ଟାର କ୍ରିକେଟ ଟିମକୁ ୩ ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି । ବୁଧୁପୁର ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ୯ ଉଇକେଟ ହରାଇ ୨୨୪ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଷ୍ଟାଲିନ ଲେଙ୍କା ବ୍ୟକ୍ତିଗତ ସର୍ବାଧିକ ୯୮ ରନ ସଂଗ୍ରହ କରି ଆଉଟ୍ ହୋଇଥିଲେ । ବ୍ୟକ୍ତିଗତ ତାର ଜବାବରେ ଦେଉଳା ଟିମ ୧୭ ଓଭର ରେ ୭ ଉଇକେଟ ହରାଇ ୨୨୭ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ରଣଜିତ ଜେନା ବ୍ୟକ୍ତିଗତ ସର୍ବାଧିକ ଅପରାଜିତ ୧୪୦ ରନ ସଂଗ୍ରହ କରଥିଲେ । ଏହି ଅବସରରେ ସମାଜସେବୀ ଆଡଭୋକେଟ ଉମାକାନ୍ତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ,ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ଖେଳାଳୀ ମାନଙ୍କୁ ଏବଂ ଆୟୋଜକଙ୍କୁ ଉତ୍ସାହିତ କରିବା ସହ ଚମ୍ପିୟାନ ଦଳ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରେକୃଷ୍ଣ ଜେନା , ପୂର୍ବତନ ସରପଞ୍ଚ ଅଜୟ ରାଉତ,କୀର୍ତ୍ତନ ରାଉତ, ସମାଜସେବୀ ସୁରେନ୍ଦ୍ର ନାୟକ, ରତିକାନ୍ତ ଦାଶ, ଗଣେଶ ନାୟକ, ସର୍ବେଶ୍ୱର ପରିଡ଼ା, ପ୍ରମୋଦ ରାଉତ, ହିମାଦ୍ରୀ ରାଉତରାୟ ପ୍ରମୁଖ ଅନ୍ୟ କୃତୀ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଭାବେ ରିଷଭ ପନ୍ଥ, ମ୍ୟାନ ଅଫ ଦି ମ୍ୟାଚ ଭାବେ ରଣଜିତ ଜେନା, ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ଭାବେ ଲଲାଟେନ୍ଦୁ ଘଡେଇ, ଶ୍ରେଷ୍ଠ ବୋଲର ଭାବେ ଆକାଶ ବିବେଚିତ ହୋଇଥିଲେ । ଅମ୍ପାୟାର ଭାବେ ମନୋଜ ଦାସ ଓ ଶିବ ପ୍ରସାଦ ବେହେରା ଖେଳ ପରିଚାଳନା କରିଥିଲେ । ଶୁଭ୍ରାଂଶୁ ନାୟକ, ଅଭିଷେକ ରାଉତ,ରାକେଶ ପଣ୍ଡା, ସିପୁନ ନନ୍ଦ,ବିକି ରାଉତ,ରଶ୍ମି ରଞ୍ଜନ ରାଉତ, ଜନ୍ମେଜୟ ନନ୍ଦ ଓ ଯୁବ ପରିଷଦର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |