କଟକ (ଉତ୍କଳ ନ୍ୟୁଜ ) ୨୭-୧୦-୨୦୨୫ : ସମଗ୍ର ଶିକ୍ଷା କଟକ ଆନୁକୂଲ୍ୟରେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ ଏକ ପଢିବା ଓ ଲେଖିବାରେ ଅକ୍ଷମତା (dyslexia) ସଚେତନତା ଦିବସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସି. ଡି. ଏ ସେକ୍ଟର -୭ ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସଂଜୁବାଳା ମିଶ୍ର ବି. ଆ. ସି. ସି. ଏ. ବି . ଓ ଦେବେନ୍ଦ୍ର ଗମଙ୍ଗୋ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ,ମଣ୍ଡଳ ସମ୍ୱଳକର୍ମୀ,ଗୋଷ୍ଟି ସମ୍ବଳ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବିଭିର୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମିଶି ୨୦୫ ଜଣ ମୋଟ ଭାଗ ନେଇଥିଲେ ।

ସାଧନ କର୍ମୀ ଭାବରେ କବିତା ପାଟଶାଣି, ଓ ଲକ୍ଷ୍ମୀ ପ୍ରିୟା ରାରତ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପିଲାମାନଙ୍କ ଦ୍ୱାରା ବିଭିର୍ନ ପ୍ରତିଯୋଗିତା କରାଯିବା ସହ ତାରେ ଜମିନ ପର ଚଳଚିତ୍ର ପ୍ରଦଶୀତ କରାଯାଇଥିଲା ।