ଚୌଦ୍ୱାର ଇନ୍ଦୁ ପୂର୍ଣ୍ଣିମା ଭସାଣି ଉତ୍ସବ ରେ ଯୋଗଦେଲେ ନୟନ କିଶୋର ମହାନ୍ତି |

633

ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୨୯-୦୯-୨୬ : ଇନ୍ଦୁ ପୂର୍ଣ୍ଣିମା ଭସାଣି ଉତ୍ସବରେ ସାମିଲ ହେଲେ ଚୌଦ୍ଵାର କଟକ ବିଜେପି ନେତା ନୟନ କିଶୋର ମହାନ୍ତି । ଆଜି ଭସାଣି ଶୋଭାଯାତ୍ରାରେ ଯାତ୍ରା ପଡ଼ିଆ ବୁଲି ଠାକୁରଙ୍କୁ ଦର୍ଶନ କରିବା ସହ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ଶେଷ କରିବାକୁ ୨୪ ଖଣ୍ଡ ମେଢ଼ ମୁରବୀଙ୍କ ସହ ଆଲୋଚନା କରି ସମ୍ବର୍ଦ୍ଧିତ କରିଥିଲେ । ଇନ୍ଦୁ ପୂର୍ଣ୍ଣିମା ଯାତ୍ରା କମିଟି ସୂଚନା କେନ୍ଦ୍ରରେ ଯାତ୍ରା କମିଟି ଓ ଶାନ୍ତି କମିଟି ପକ୍ଷରୁ ନୟନ ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଅନ୍ୟପକ୍ଷେ ବିଜେପି ନେତା ନୟନ ମହାନ୍ତି ସମସ୍ତ ପୂଜା କମିଟି ଓ ଶାନ୍ତି କମିଟିର କର୍ମକର୍ତ୍ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ନୟନ ମହାନ୍ତିଙ୍କ ସହ ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଦାମୋଦର ଦାସ ,ଚୌଦ୍ଵାର ମଣ୍ଡଳ ସଭାପତି ମମତା ବେହେରା , ବିଜେପି ଯୁବ ସଂଗଠକ ଅମୂଲ୍ୟ ଦାସ ,ମଣ୍ଡଳ ପ୍ରଭାରୀ ସନ୍ତୋଷ ସାହୁ ,କାର୍ଯ୍ୟ କାରିଣୀ ସଦସ୍ୟ ଅଜିତ୍ କୁମାର ସୁବୁଦ୍ଧିରାୟ ଙ୍କ ସହ ବିଜେପିର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।