ଗୁଗ୍‌ନାନୀ ଅଟୋ କାର୍‌ରେ ଟାଟା ମୋଟର୍ସର ନୂଆ ହାରିୟର ଇଭି ଉନ୍ମୋଚତ |

70

କଟକ,(ଉତ୍କଳ ନ୍ୟୁଜ),୨.୦୮.୨୦୨୫ : ଟାଟା ମୋଟର୍ସ ପକ୍ଷରୁ ବହୁ ପ୍ରତିକ୍ଷିତ ନୂତନ ଇଲେକ୍ଟ୍ରୋନିକ ହାରିୟର ଇଭି ଏହାର କଟକ ପ୍ରତାପନଗରୀସ୍ଥିତ ଡିଲରସିପ୍ ଗୁଗ୍‌ନାନୀ ଅଟୋ କାରରେ ଶୁଭ ଉନ୍ମୋଚନ କରାଯାଇଛି। ଏହି କାରକୁ ଗୁଗ୍‌ନାନୀ ଅଟୋ କାରର ରାଜନ ଗୁଗ୍‌ନାନୀ, ୟସନୀତ ଗୁଗନାନୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଅସ୍ମିନ୍ ପ୍ରହରାଜ, ଟାଟା ମୋଟର୍ସର ଏରିଆ ମ୍ୟାନେଜର ଅଭିଷେକ ଚକ୍ରବର୍ତ୍ତୀ ଏବଂ ଆଇଡିବିଆଇ ବ୍ୟାଙ୍କର ମହାପ୍ରବନ୍ଧକ ମନୋଜ କୁମାର ସେନାପତି ମିଳିତ ଭାବେ ଉନ୍ମୋଚନ କରିଥିଲେ। ଏହି ନୂତନ କାରର ଅନେକଗୁଡିଏ ବୈଶିଷ୍ଟ୍ୟତା ରହିଛି ଯାହା ଅଟୋ ମୋବାଇଲ ଇଣ୍ଡଷ୍ଟ୍ରୀରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଏଥିରେ ସୁପର କାର ଗିୟରର ଅନୁଭୁତି ସହିତ ଡୁଆଲ ମୋଟର ପାୱାରଟ୍ରେନ୍ ୯Γ ପିଏସ ଉପ ଉପଲବ୍ଧ ରହିଛି। ମାତ୍ର ୬.୩ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ଏହା ଗତି କରିଥାଏ। ଏଥିରେ ୭୫ କିଲୋ ୱାଟ୍ ବ୍ୟାଟେରୀ ରହିଛି ଯାହା ମାତ୍ର ୧୫ ମିନିଟ୍ ଚାର୍ଜରେ ୨୫୦ କିମିର ଯାତ୍ରା ଅନୂଭୁତ କରାଇଥାଏ। ଏହା ସିଟି ଡ୍ରାଇଭ ସହ ଅପ-ଲୋଡିଂରେ ମଧ୍ଯ ଉତ୍ତମ ଏଥିରେ ସୁବିଧା ଏବଂ ଆରାମଦାୟକ ଯାତ୍ରା ପାଇଁ ଫ୍ରିକ୍ୟୁନ୍ସି ଡିପେଡେଣ୍ଟ ଡ୍ୟାପିଂ ସସ୍ପେନସନ୍ ସହିତ ୫୦୪ ଏଏମ ଟର୍କ ଏବଂ ଏବଂ ଏକ୍ ଏକ୍ସଡବ୍ଲ୍ୟୁଡି ଡୁଆଲ ମୋଟର ଉପଲବ୍ଧ ଯାହା ସବୁ ପ୍ରକାରର ରାସ୍ତା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି।ଏଥିରେ ଚାରୋଟି ଆକର୍ଷଣୀୟ ରଙ୍ଗ ଏବଂ ଗ୍ରାଉଣ୍ଡ କ୍ଲି କ୍ଲିୟରାନ୍ସ ମଧ୍ଯ ଉପଲବ୍ଧ। ଏଥି ସହିତ ଟାଟା ମୋଟର୍ସ ର ଗ୍ରାହକ ସନ୍ତୁଷ୍ଟିର ପ୍ରତିବଦ୍ଧତା ପାଇଁ ଏଥିରେ ଲାଇଫ ଟାଇମ୍ ଓ୍ବାରେଣ୍ଟି ମଧ୍ଯ ପ୍ରଦାନ କରାଯାଉଛି। ଏହି ଏହି ଗାଡ଼ିକୁ କିଣିବା ପାଇଁ କଟକ ପ୍ରତାପନଗରୀସ୍ଥିତ ଗୁଗନାନୀ ଟାଟା ସୋରୁମରେ ଅଗ୍ରୀମ ବୁକିଂ ଉପଲବ୍ଧ। ଏହି ଗାଡି ଗ୍ରାହକମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ଆଶା କରାଯାଉଛି ।